ସିକ୍କିମର ନାଥୁଲା ପାସ୍ ନିକଟରେ ଭୟଙ୍କର ହିମସ୍ଖଳନ । ବରଫ ଅତଡ଼ା ତଳେ ଫସି ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ରହିଥିବାର ସୂଚନା ମିଳିଛି । ୨୨ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏବେ ବି ଅନେକ ପର୍ଯ୍ୟଟକ ବରଫ ଅତଡ଼ା ତଳେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ସ୍ଥାନୀୟ
Also Read
ବରଫ ଅତଡ଼ା ଖସିଲା ବେଳକୁ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ଯାଇଥିଲେ । ୮୦ରୁ ଅଧିକ ଗାଡି ମଧ୍ୟ ବରଫ ଅତଡା ଭିତରେ ଫସିଯାଇଥିଲା । ପର୍ଯ୍ୟଟନ ବିଭାଗ ଅଧିକାରୀ, ସେନା ଓ ଗାଡ଼ି ଡ୍ରାଇଭର ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।
-ସିକିମରେ ହିମସ୍ଖଳନ ଘଟି ୬ ପର୍ଯ୍ୟଟକଙ୍କ ଶୋଚନୀୟ ମୃତ୍ୟୁ
— ଓଟିଭି (@otvkhabar) April 4, 2023
-ଗାଙ୍ଗଟକରୁ ନାଥୁଲାକୁ ସଂଯୋଗ କରୁଥିବା ରାସ୍ତାରେ ହିମସ୍ଖଳନ
-ହିମସ୍ଖଳନ ଯୋଗୁଁ ୮୦ରୁ ଅଧିକ ପର୍ଯ୍ୟଟକ ଫସି ରହିଥିବା ସୂଚନା#Sikkim #Tourist #OTV pic.twitter.com/X0JZLXiJxT
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଟିମକୁ ଘଟଣାସ୍ଥଳକୁ ପଠାଇଛନ୍ତି ।