Advertisment

‘ଜାନୁଆରୀ ୨୨ରେ ସମସ୍ତଙ୍କୁ ଏକାଠି କରି ରାମଧୂନ୍ ସହ ଆଳତି କର’

ଆସନ୍ତା ଜାନୁଆରୀ ୨୨ ତାରିଖରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ। ଏହିଦିନ ଅଯୋଧ୍ୟାରେ ଅଦ୍ଭୂତପୂର୍ବ ଆନନ୍ଦର ପରିବେଶ ହେବ।

author-image
Manoranjan Behera
Ayodhya Ram Mandir

Ayodhya Ram Mandir

ଅଯୋଧ୍ୟାରେ ଶ୍ରୀରାମ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଦିନ ଭକ୍ତଙ୍କୁ ସଂକୀର୍ତ୍ତନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ନିବେଦନ। ଆସନ୍ତା ଜାନୁଆରୀ ୨୨ ତାରିଖରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ। ଏହିଦିନ ଅଯୋଧ୍ୟାରେ ଅଦ୍ଭୂତପୂର୍ବ ଆନନ୍ଦର ପରିବେଶ ହେବ। ଏଥିପାଇଁ ସେହି ଦିନ ୧୧ଟାରୁ ଗୋଟାଏ ମଧ୍ୟରେ ନିଜ ସାହି ବା ପଡା,ଗାଁ, କଲୋନୀରେ ଥିବା କୌଣସି ମନ୍ଦିର ଗୁଡ଼ିରେ ଆଖ ପାଖର ରାମଭକ୍ତଙ୍କୁ ଏକାଠି କରି ଭଜନ କୀର୍ତ୍ତନ ପାଇଁ ଅନୁରୋଧ କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର।

Advertisment

ଏଥିସହ ଟିଭି କିମ୍ବା LED ଅଥବା ସ୍କ୍ରୀନ ଲଗାଇ ଅଯୋଧ୍ୟାରେ ଚାଲିଥିବାରେ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦେଖାଇବାକୁ ନିବେଦନ କରାଯାଇଛି। ସେହିପରି ଏହି ସମୟରେ ଶଙ୍ଖଧ୍ୱନୀ, ଘଣ୍ଟନାଦ, ରାମଧୂନ୍ ସହ ଆଳତି କରିବାକୁ ଅପିଲ୍ କରିଛି ତୀର୍ଥ କ୍ଷେତ୍ର।

Advertisment

ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ରାମଙ୍କ ମୂର୍ତ୍ତିକୁ ନିଜ ହାତରେ ଅସ୍ଥାୟୀ ମନ୍ଦିରରୁ ନୂଆ ମନ୍ଦିରର ଗର୍ଭ ଗୃହକୁ ନେବେ। ଏଥିପାଇଁ ପ୍ରୋଟୋକଲକୁ ଭାଙ୍ଗି ସେ ପାଖାପାଖି ୫୦୦ ମିଟର ପାଦରେ ଚାଲି ଚାଲି ଯିବେ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଯମାନ ଭାବେ ମୁଖ୍ୟ ପୂଜା କରିବେ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର, ଭଗବାନ ରାମଙ୍କ ମୂର୍ତ୍ତିକୁ ଅସ୍ଥାୟୀ ମନ୍ଦିରରୁ ନୂଆ ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ନେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିପାରନ୍ତି।

ପ୍ରଧାନମନ୍ତ୍ରୀ ନିଜ ହାତରେ ଭଗବାନଙ୍କ ମୂର୍ତ୍ତିକୁ ନେଇ ଯିବା ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ। ଦେଶର ବିଭିନ୍ନ ଭାଗରୁ ଆସିଥିବା ଆସିଥିବା ସାଧୁ ସନ୍ଥମାନେ ମଧ୍ୟ ତାଙ୍କ ପଛରେ ସାମିଲ ହେବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ମୁଖ୍ୟ ମୋହନ ଭଗୱତଙ୍କ ସମେତ ପ୍ରମୁଖ ଅତିଥି ମାନେ ମଧ୍ୟ ଉପସ୍ଥିତ ରହିବେ।

Ayodhya Ram Mandir
Advertisment
Advertisment