• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଏଣିକି ପ୍ରତି ଦୋକାନରେ ଆମେ ଜିନିଷ କିଣିବା ବେଳେ ସେମାନେ ଆମ ସମସ୍ତଙ୍କୁ ମୋବାଇଲ୍‌ ନମ୍ବର ମାଗିଥାଆନ୍ତି । ଖାଲି ମୋବାଇଲ୍‌ ନମ୍ବର ମାଗନ୍ତି ତାହା ନୁହେଁ ବରଂ ଆମେ ସମସ୍ତେ ଦିଅନ୍ତି । ଆଉ ଏହି ମୋବାଇଲ୍‌ ନମ୍ବର ଅନୁସାରେ ଦୋକାନୀ ବିଲ୍‌ ବି କରନ୍ତି । ହେଲେ ଏବେ ଯଦି କୌଣସି ଗ୍ରାହକ ଚାହାଁନ୍ତି ନାହିଁ ନିଜର ମୋବାଇଲ୍‌ ନମ୍ବର ନଦେବାକୁ ତେବେ ତାଙ୍କୁ କୌଣସି ପରିସ୍ଥିତିରେ ଦୋକାନୀ ବାଧ୍ୟ କରିପାରିବେ ନାହିଁ ବୋଲି କହିଛି କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ।

କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂଙ୍କ କହିବା ଅନୁସାରେ, ଅନେକ ସମୟରେ ଦୋକାନୀମାନେ ଗ୍ରାହକଙ୍କ ନମ୍ବର ରଖୁଛନ୍ତି । ପରବର୍ତ୍ତୀ ସମୟରେ ସେହି ନମ୍ବରର ଦୂରୁପଯୋଗ ହେଉଛି । ତେଣୁ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ପ୍ରବଳ ଅସନ୍ତୋଷ । ଖାଲି ଅସନ୍ତୋଷ ଦେଖିବାକୁ ମିଳିଛି ତାହା ନୁହେଁ ବରଂ ଏନେଇ ଅଭିଯୋଗ ବି ଆସୁଛି । ତେଣୁ ଏମିତି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଗ୍ରାହକଙ୍କ ମୋବାଇଲ ନମ୍ବର ଏକ ଗୋପନୀୟତାର ବିଷୟ । ତେଣୁ ଯେଉଁମାନେ ଚାହୁଁନାହାନ୍ତି ସେମାନଙ୍କ ନମ୍ବର ଅନ୍ୟ କାହାକୁ ଦେବା ପାଇଁ ସେମାନଙ୍କୁ ଦୋକାନୀ ନମ୍ବର ଦେବା ଲାଗି ବାଧ୍ୟ କରିବା ଉଚିତ୍‌ ନୁହେଁ । ଗ୍ରାହକଙ୍କ ସ୍ୱାର୍ଥରେ ଏହି ସମସ୍ୟାର ସମାଧାନ ପାଇଁ ଖୁଚୁରା ଶିଳ୍ପ ଏବଂ CII, FICCI ଏବଂ ASSOCHAM ପରି ସଂସ୍ଥାକୁ ନିର୍ଦ୍ଦେଶନାମା ପଠାଯିବ ।

ଅନେକ ସମୟରେ ଦେଖାଯାଏ, ଗ୍ରାହକମାନେ ମୋବାଇଲ ନମ୍ବର ଦେବାରୁ ଅରାଜି ହେଉଛନ୍ତି । ଯାହାକୁ ନେଇ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଏ । ତେବେ ଏପରି ନିୟମ ନିଶ୍ଚୟ ଖାଉଟିଙ୍କୁ ଆଶ୍ୱସ୍ତି ଦେବ ବୋଲି କୁହାଯାଉଛି ।