Advertisment

ଥାନାରେ ଭିଡିଓ ସୁଟିଂ କରିବା ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ଥାନାରେ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ।

ଅଦ୍ୟତନ ହୋଇଛି
Bombay High Court

Shooting video in police station not an offence

Advertisment

ପୋଲିସ ଷ୍ଟେସନକୁ ନିଷିଦ୍ଧାଞ୍ଚଳ କୁହାଯାଇପାରିବନି। ଅଫିସିଆଲ ସିକ୍ରେଟ ଆକ୍ଟରେ ଆସୁନି ପୁଲିସ ଷ୍ଟେସନ। ଥାନାରେ ଏକ ଭିଡିଓ ରେକର୍ଡିଂ ମାମଲାକୁ ନେଇ ଏହା କହିଛନ୍ତି ବମ୍ବେ ହାଇକୋର୍ଟ। ଏହାସହ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଗ୍ରହଣ କରି ପୁଲିସ ଲଗାଇଥିବା ଅଫିସିଆଲ ସିକ୍ରେଟ ଆକ୍ଟକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ବମ୍ବେ ହାଇକୋର୍ଟର ଏକ ଡିଭିଜନ ବେଞ୍ଚର ଜଷ୍ଟିସ୍‌ ମନିଶ ପିଟାଲେ ଏବଂ ବାଲ୍ମିକୀ ମେଞ୍ଜେଜ୍‌ ଏହି ଶୁଣାଣି କରିଛନ୍ତି। 

Advertisment

କଣ ଥିଲା ଘଟଣା?

୨୦୧୮ ମସିହାର ଘଟଣା। ରବିନ୍ଦ୍ର  ଉପାଧ୍ୟାୟ ତାଙ୍କ ପଡୋଶୀଙ୍କ ସହିତ ହୋଇଥିବା ବିବାଦ ଯୋଗୁ ପତ୍ନୀଙ୍କ ସହ ୱର୍ଦ୍ଧା ଥାନାକୁ ଯାଇଥିଲେ। ଉପାଧ୍ୟାୟ ପଡ଼ୋଶୀଙ୍କ ବିରୋଧରେ ଏକ ଏତଲା ଦେଇଥିଲେ। ସେଠାରେ ଉପାଧ୍ୟାୟଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା। କାରଣ ଏହି ସମୟରେ ଉପାଧ୍ୟାୟ ପୋଲିସ ଥାନାରେ ହେଉଥିବା କଥାବାର୍ତ୍ତାକୁ ତାଙ୍କ ମୋବାଇଲ ଫୋନରେ ଭିଡିଓ ରେକର୍ଡିଂ କରୁଥିବା ପୁଲିସ ଅନୁଭବ କରିଥିଲା।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ବିବାହିତଙ୍କ ପରି ଅବିବାହିତ ମହିଳାଙ୍କୁ ଗର୍ଭପାତ ଅଧିକାର

Advertisment

ଏଥିରେ ପୋଲିସ ଉପାଧ୍ୟାୟଙ୍କ ଅଭିଯୋଗକୁ ରଦ୍ଦ କରିଥିଲା। ତାଙ୍କ ବିରୋଧରେ ଗୋପନୀୟତା ଅଧିନିୟମ ଆଇନ(Official Secret Act) ଧାରାରେ ଥାନାରେ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା।

ଏହାକୁ ନେଇ ହାଇକୋର୍ଟ ଯାଇଥିଲେ ରବିନ୍ଦ୍ର। ଶେଷରେ ପୁଲିସ୍ କରିଥିବା ମାମଲାକୁ କୋର୍ଟ ଖାରଜ କରିବା ସହ ରବିନ୍ଦ୍ରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। କୋର୍ଟ OSAର ଧାରା 3 ଓ ଧାରା 2(8)ର ଉଦାହରଣ ଦେଇଛନ୍ତି। ପୋଲିସ ଥାନା ଏହି ଅଧିନିୟମରେ ଉଲ୍ଲେଖିତ ନିଷିଦ୍ଧ ସ୍ଥାନ ନୁହେଁ ବୋଲି କୋର୍ଟ କହିଛନ୍ତି। ତେବେ କୋର୍ଟ ସରକାରୀ ଗୋପନୀୟତା ଅଧିନିୟମ ଧାରା ୨(୮) ନିଷିଦ୍ଧ ସ୍ଥାନର ଯେଉଁ ପରିଭାଷା ଦିଆଯାଇଛି ତାହା ପ୍ରାସଙ୍ଗିକ ବୋଲି କହିଛନ୍ତି। 

Advertisment
Bombay High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ