Advertisment

Maharastra Minister: ନିଜେ ମନ୍ତ୍ରୀ ମାନିଲେନି, ସରକାରଙ୍କୁ ଦେଲେ ଖୋଲା ଚାଲେଞ୍ଜ୍

ଯଦି ସାହସ ଅଛି, ମୋତେ ଗିରଫ କର ବୋଲି ପୋଲିସକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ମରାଠୀ ଏକୀକରଣ ସମିତି ଓ ଅନ୍ୟ କେତେକ ସଂଗଠନ ମୁମ୍ୱାଇର ମୀରା ରୋଡରେ ରାଲି କରିବାକୁ ଆବେଦନ କରିଥିଲେ । କିନ୍ତୁ ପୋଲିସ ଏହି ରାଲି ପାଇଁ ଅନୁମତି ଦେଇନଥିଲା ।

author-image
Tapan Kumar Swain
minister

minister

ନିଜ ସରକାରକୁ ସମାଲୋଚନା କଲେ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ । ସିଧା ସିଧା କହିଲେ, ସରକାର ଯାହା କଲେ ଠିକ୍ କଲେନି । ରାଲିକୁ ଅନୁମତି ଦେଇଥିଲେ କଣ ଅସୁବିଧା ହୋଇଥାଆନ୍ତା ବୋଲି ପ୍ରଶ୍ନ କରିଛନ୍ତି । କେବଳ ସେତିକି କହିନାହାନ୍ତି, ନିଜେ ଯାଇ ପ୍ରତିବାଦ ରାଲିରେ ଯୋଗ ଦେଉଛି ବୋଲି କହିଛନ୍ତି । ଯଦି ସାହସ ଅଛି, ମୋତେ ଗିରଫ କର ବୋଲି ପୋଲିସକୁ ଆହ୍ୱାନ ଦେଇଛନ୍ତି । ମରାଠୀ ଏକୀକରଣ ସମିତି ଓ ଅନ୍ୟ କେତେକ ସଂଗଠନ ମୁମ୍ୱାଇର ମୀରା ରୋଡରେ ରାଲି କରିବାକୁ ଆବେଦନ କରିଥିଲେ । କିନ୍ତୁ ପୋଲିସ ଏହି ରାଲି ପାଇଁ ଅନୁମତି ଦେଇନଥିଲା ।

Advertisment

ମହାରାଷ୍ଟ୍ର ସରକାରର ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ଏହି ରାଲିରେ ଯୋଗ ଦେବା ପାଇଁ ବାହାରି ଯାଇଥିଲେ । ଯୋଗ ବି ଦେଇଥିଲେ । ସେ ତାଙ୍କ ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇଥିଲେ । ମହାରାଷ୍ଟ୍ର ନବ ନିର୍ମାଣ ସେନା ଏହି ରାଲିର ନେତୃତ୍ୱ ନେଇଥିଲା । ମରାଠୀ ମୋର୍ଚ୍ଚା ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ସାଧାରଣ ଲୋକଙ୍କ ସୁରକ୍ଷା ଓ ଟ୍ରାଫିକ ସମସ୍ୟା ଆଳରେ ପୋଲିସ ମନା କରିଦେଇଥିଲା ।

ଜୁଲାଇ ୧ ତାରିଖରେ ଜଣେ ଫୁଡ୍ ଷ୍ଟଲ ମାଲିକ ମରାଠୀ ନକହିପାରିବାରୁ ତାଙ୍କୁ ଏମଏନଏସ୍ କର୍ମୀମାନେ ଚାପୁଡା ମାରିଥିଲେ । ଏହି ଭିଡିଓ ଭାଇରାଲ୍ ହୋଇଥିଲା । ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା ।

Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ରାଲି ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଟ୍ରାଫିକ ଅସୁବିଧା କାରଣରୁ ସେହି ସମାନ ସ୍ଥାନରେ ରାଲି ପାଇଁ ପୋଲିସ ଅନୁମତି ଦେଇନଥିଲା । କିନ୍ତୁ ବିକଳ୍ପ ସ୍ଥାନ ଦେଇଥିଲା । ଆନ୍ଦୋଳନକାରୀମାନେ ବିକଳ୍ପ ବ୍ୟବସ୍ଥାକୁ ଗ୍ରହଣ କରିନଥିଲେ । ନିଜ ଜିଦରେ ଅଟଳ ରହିଥିଲେ । ଏମାନେ ଯେଉଁ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଛନ୍ତି, ତାହା ଏଠି କାମ କରିବ ନାହିଁ । କାରଣ ମରାଠୀ ଲୋକଙ୍କ ହୃଦୟ ବଡ଼ । ଛତ୍ରପତି ଶିବାଜୀ ମହାରାଜ ସବୁବେଳେ ଦେଶ ସହ ଛିଡା ହେଉଥିଲେ ।

ପୋଲିସ ଅନୁମତି ଦେଇନଥିବା ବେଳେ ଏମଏନଏସ୍ କର୍ମୀମାନେ ଆଜି ସକାଳେ ସେହି ସ୍ଥାନରେ ଜବରଦସ୍ତ ରାଲି କରିବାକୁ ଉଦ୍ୟମ କରିଥିଲେ । ପୋଲିସ କେତେଜଣ କର୍ମୀଙ୍କୁ ନେଇ ଅଟକ ରଖିଥିଲା । ଏ ସଂପର୍କରେ ଏକ ଏତଲା ମଧ୍ୟ ରୁଜୁ ହୋଇଛି ।

ଅଧିକ ପଢ଼ନ୍ତୁ: ନାବାଳିକାଙ୍କୁ ଅପହରଣ ପରେ ଚଳନ୍ତା ଟ୍ରେନରେ ଦୁଷ୍କର୍ମ, ଷ୍ଟେସନରେ ଛାଡି ଦେଲା ଯୁବକ

Marathi Maharashtra
Advertisment
Advertisment