Advertisment

Shashi Tharoor's Son Questioning: ଶଶି ଥରୁରଙ୍କୁ ପ୍ରଶ୍ନ କଲେ ସାମ୍ବାଦିକ ପୁଅ : ଉତ୍ତରରେ ବାପା କହିଲେ, ତାକୁ ଅନୁମତି ଦେବାର ନଥିଲା...

ପୁଅ ସାମ୍ବାଦିକ, ବାପା ସାଂସଦ । କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଅପରେସନ ସିନ୍ଦୂର ନେଇ ପ୍ରଶ୍ନ କଲେ ସାମ୍ବାଦିକ ଇଶାନ ଥରୁର । ମୋ ପୁଅକୁ ଅନୁମତି ଦେବାର ନଥିଲା କହିଲେ ଶଶି ଥରୁର । ପରେ ରଖିଲେ ଉତ୍ତର ।

ଅଦ୍ୟତନ ହୋଇଛି
Sashi Tharoor And Son

Sashi Tharoor And Son

Advertisment

ଗତ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ ହୋଇଥିବା ସର୍ବଦଳୀୟ ଟିମ୍‌ରେ କଂଗ୍ରେସର ବରିଷ୍ଠ ସାଂସଦ ଶଶି ଥରୁର ସାମିଲ ହେବା ପରେ ଏହାକୁ ନେଇ କଂଗ୍ରେସ ଭିତରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଉଥିଲା । ଏସବୁ ଚର୍ଚ୍ଚା ଭିତରେ ଅପରେସନ ସିନ୍ଦୂରକୁ ସମର୍ଥନ କରୁଥିବା ସ୍ପଷ୍ଟ କରିଥିଲେ ଶଶି ଥରୁର । ବର୍ତ୍ତମାନ ସର୍ବଦଳୀୟ ପ୍ରତିନିଧି ଦଳ ସହ ସେ ବିଦେଶ ଗସ୍ତରେ ଅଛନ୍ତି । ହେଲେ ବର୍ତ୍ତମାନ ଶଶି ଥରୁରଙ୍କ ପୁଅ ଇଶାନ ଥରୁରଙ୍କୁ ନେଇ ଚର୍ଚ୍ଚା ବଢିଛି । ବାପାଙ୍କୁ ପ୍ରଶ୍ନ ପଚାରି ଚର୍ଚ୍ଚାକୁ ଆସିଛନ୍ତି ଇଶାନ । କାରଣ ପୁଅ ହିସାବରେ ନୁହେଁ, ବରଂ ଜଣେ ସାମ୍ବାଦିକ ଭାବେ ଇଶାନ ପାକିସ୍ତାନ ବିଷୟରେ ଶଶିଙ୍କୁ ପ୍ରଶ୍ନ କରିଛନ୍ତି । 

Advertisment

ସୂଚନାଯୋଗ୍ୟ, ବର୍ତ୍ତମାନ ସର୍ବଦଳୀୟ ପ୍ରତିନିଧି ଦଳର ଏକ ଟିମ୍‌କୁ ପ୍ରତିନିଧିତ୍ୱ କରୁଛନ୍ତି ଶଶି ଥରୁର । ଏହି ଟିମ୍ ଆମେରିକା ଗସ୍ତରେ ଥିବାବେଳେ ସେଠାରେ ସାମ୍ବାଦିକ ହିସାବରେ ଶଶୀ ଥରୁରଙ୍କ ପୁଅ ଇଶାନ ତାଙ୍କୁ ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି । 

ଇଶାନ ଥରୁର କିଏ?

ସୂଚନାଯୋଗ୍ୟ, ଇଶାନ ହେଉଛନ୍ତି ୱାଶିଂଟନର ଜଣେ ବରିଷ୍ଠ ସାମ୍ବାଦିକ । ୱାଶିଂଟନ ପୋଷ୍ଟ ନାମକ ଏକ ପତ୍ରିକାରେ ସେ ସ୍ତମ୍ଭକାର ଅଛନ୍ତି । ଇଶାନ ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୁଅ ।  1984 ମସିହାରେ ସେ ସିଙ୍ଗାପୁରରେ ଜନ୍ମଗ୍ରହଣ କରିଥିଲେ । ଇଶାନଙ୍କର ଜଣେ ଯାଆଁଳା ଭାଇ ମଧ୍ୟ ରହିଛନ୍ତି । ସେ ହେଉଛନ୍ତି କନିଷ୍କ ଥରୁର ।

Advertisment

କେଉଁ ପ୍ରଶ୍ନ ପଚାରିଲେ ଇଶାନ?

ଆମେରିକା ଗସ୍ତରେ ଥିବାବେଳେ ଶଶି ଥରୁରଙ୍କୁ ପ୍ରଶ୍ନ କରିଛନ୍ତି ଇଶାନ । ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପହଲଗାମ ଆକ୍ରମଣରେ ପାକିସ୍ତାନର ଭୂମିକା ନେଇ ବାପା ଶଶି ଥରୁରଙ୍କୁ ପ୍ରଶ୍ନ ପଚାରିଛନ୍ତି ଇଶାନ । "ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ କୌଣସି ଦେଶ ଆପଣଙ୍କୁ ପ୍ରମାଣ ମାଗିଛନ୍ତି କି ?" ବୋଲି ଇଶାନ ପ୍ରଶ୍ନ କରିଥିଲେ । 

ଶଶି ଥରୁରଙ୍କ ଉତ୍ତର: 

ଇଶାନଙ୍କୁ ଦେଖି ସାଂସଦ ଶଶି ଥରୁର ପ୍ରଥମେ ହସିବାରେ ଲାଗିଲେ । ଆଉ କହିଲେ, "ତାକୁ ଅନୁମତି ଦେବାର ନଥିଲା । ସେ ମୋ ପୁଅ ।" ଏହାପରେ ମଜାକ୍ ଅନ୍ଦାଜରେ ଶଶି କହିଥିଲେ, "ବିଶ୍ୱାସ କରନ୍ତୁ  । ଏ ବ୍ୟକ୍ତିଙ୍କୁ ମୁଁ ଆଦୌ ଏହି କାମରେ ଲଗାଇ ନାହିଁ। ନିଜ ବାପାକୁ ଏ ପିଲା ଏମିତି ପ୍ରଶ୍ନ କରୁଛି ।" ଏହାପରେ ଉତ୍ତର ରଖି ଶଶୀ ଥରୁର କହିଛନ୍ତି ଯେ, ମୋତେ ଖୁସି ଲାଗିଲା ଯେ, ଆପଣ  ଏହି ପ୍ରସଙ୍ଗ ଉଠାଇଲେ । ପ୍ରତିନିଧି ମଣ୍ଡଳୀକୁ କୌଣସି  ବିଦେଶ ସରକାରଙ୍କ ଦ୍ୱାରା ପ୍ରମାଣ ମଗାଯାଇ ନାହିଁ । ଅବଶ୍ୟ, ଦୁଇ ତିନୋଟି ସ୍ଥାନରେ ଗଣମାଧ୍ୟମ ଏହି ପ୍ରଶ୍ନ କରିଥିଲେ । ମୁଁ ସ୍ପଷ୍ଟ ଭାବେ କହିରଖୁଛି ଯେ, ଭାରତ ବିନା କୌଣସି ପ୍ରମାଣରେ ଏପରି କେବେ କରିବ ନାହିଁ । 37 ବର୍ଷ ତଳେ ହୋଇଥିବା ଆତଙ୍କୀ ହମଲା ପଛରେ ବି ପାକିସ୍ତାନର ହାତ ଥିଲା । ଏହାସହ ମୁମ୍ବାଇ ଟେରର୍ ଆଟାକ୍ କଥା ମଧ୍ୟ ଉଠାଇଲେ ଶଶି ଥରୁର । 

Advertisment

ଅଧିକ ପଢନ୍ତୁ : ଶଶି ଥରୁରଙ୍କ ତୁଣ୍ଡରେ କାହିଁକି ତୁଣ୍ଡି ବାନ୍ଧି ପାରୁନି କଂଗ୍ରେସ ?

Sashi Tharoor Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ