• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୋଲିବକି ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟାକାଣ୍ଡର ରାଜ୍? ଜେଲ ହାଜତକୁ ଯିବେ କି ହତ୍ୟାକାଣ୍ଡରେ ସାମିଲ ସବୁ ଅଭିଯୁକ୍ତ । ମାମଲାରେ ସାର୍ପ ସୁଟର ହରକମଲ ରାନୁ ପୋଲିସ ହାତରେ ଲାଗିବା ପରେ ଅନ୍ୟ ହତ୍ୟାକାରୀ ଧରାପଡିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି । କୁହାଯାଉଛି ମେ ୨୯ରେ ମୁସେଓ୍ୱାଲାଙ୍କ ଗାଡି ଉପରକୁ ଗୁଳିଚାଳନା କରିଥିବା ୮ ଅଭିଯୁକ୍ତଙ୍କ ମଧ୍ୟରେ ଥିଲା ହରକମଲ । ତେବେ ପୋଲିସ ତାକୁ ଗିରଫ କରିନି ବରଂ ତାଙ୍କୁ ପୋଲିସ ହାତରେ ଦିଆଯାଇଥିବା ହରକମଲଙ୍କ ପରିବାର ଦାବି କରିଛି । ସେ ଯାହା ହେଉ ନା କାହିଁ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ହରକମଲ ମାଧ୍ୟମ ହେବ ବୋଲି କୁହାଯାଉଛି । ପୂର୍ବରୁ ମେ ୩୧ ତାରିଖରେ ପଞ୍ଜାବ ପୋଲିସ ମନପ୍ରୀତ୍ ସିଂହ ନାମକ ଜଣେ ଯୁବକକୁ ଗିରଫ କରିଥିଲା । ସେ ହତ୍ୟାକାରୀଙ୍କୁ ଗାଡି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।

କଣ ପାଇଁ ଜଣେ ଲୋକପ୍ରିୟ ସିଙ୍ଗରଙ୍କର କରାଗଲା ହତ୍ୟା ? ପୂର୍ବ ଶତ୍ରୁତା ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ? ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଲାଗି ରହିଛି । ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡ ଗ୍ୟାଙ୍ଗଓ୍ୱାରର ପରିଣାମ ବୋଲି କହିଛି ପୋଲିସ । ଯୁବ ଅକାଳୀ ନେତା ଭିକି ମିଦୁକେରା ହତ୍ୟା ମାମଲାରେ ସିଦ୍ଧୁ ମୁସେଓ୍ୱାଲାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ଏହାକୁ ନେଇ କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଓ ଜେଲରେ ଥିବା ଡନ୍ ଲରେନ୍ସ ବିଷ୍ଣୋଇର ସହଯୋଗୀ ମୁସେଓ୍ୱାଲାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଏହା ରିଭେଞ୍ଜ କିଲିଂ ବୋଲି କହିଛି ପୋଲିସ ।

ଲୋକପ୍ରିୟ ସିଙ୍ଗର ଶୁଭଦୀପ ସିଂହ ସିଦ୍ଧୁ ପଞ୍ଜାବ ମନସା ଜିଲ୍ଲାରେ ନିଜ ପୈତୃକ ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଗାଡି ଉପରକୁ ଅନ୍ଧାଧୁନ ଗୁଳିଚାଳନା କରିଥିଲେ । ତାଙ୍କ ଶରୀରରେ ୧୯ଟି ଗୁଳି ବାଜିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ଜୀବନକୁ ବିପଦ ଦୃଷ୍ଟିରୁ ମୁସେଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ମାତ୍ର ହତ୍ୟାକାଣ୍ଡର ଦିନକୁ ପୂର୍ବରୁ ପଞ୍ଜାବ ଆପ୍ ସରକାର ମୁସେଓ୍ୱାଲା ସମେତ ୪୨୩ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଥିଲା ।

ମୁସେଓ୍ୱାଲାଙ୍କ ହତ୍ୟା ପଛରେ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ପୂର୍ବରୁ ପୋଲିସ ସ୍ପଷ୍ଟ କରିଥିଲା । ଏସଂପର୍କରେ ପଚରା ଉଚରା ଲାଗି ଗତ ମାସ ୩୧ ତାରିଖରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ତାକୁ ତାହିର ଜେଲରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା । ଗତକାଲି ତାର ରିମାଣ୍ଡ ସରୁଥିବା ବେଳେ ପୋଲିସ ତାକୁ ଆଉ ୧୦ ଦିନରେ ରିମାଣ୍ଡରେ ନେଇପାରେ ।