Advertisment

କୁଲ୍ଲୁରେ ଧସିଲା ପାହାଡ଼; ଆଖି ପିଛୁଳାକେ ମାଟିରେ ମିଶିଗଲା ଏକାଧିକ ବହୁତଳ କୋଠା

କୁଲ୍ଲୁ ଜିଲ୍ଲା ଅନି ବସଷ୍ଟାଣ୍ଡ ନିକଟରେ ଭୟଙ୍କର ଭୁସ୍ଖଳନରେ ଅନେକ ବହୁମହଲା କୋଠା ମାଟିରେ ମିଶିଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Himachal Pradesh Landslides News

Landslides In Himachal Pradesh

ହିମାଚଳ ପ୍ରଦେଶରେ ପ୍ରକୃତିର ଦାଉ । ଆଖି ପିଛୁଳାକେ ୭ ମହଲା କୋଠା ଧସି ମାଟିରେ ମିଶିଲା । କୁଲ୍ଲୁ ଜିଲ୍ଲା ଅନି ବସଷ୍ଟାଣ୍ଡ ନିକଟରେ ଭୟଙ୍କର ଭୁସ୍ଖଳନରେ ଅନେକ ବହୁମହଲା କୋଠା ମାଟିରେ ମିଶିଛି । ଧସି ପଡିଥିବା କୋଠା ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । କୋଠା ଭୁଶୁଡିବା ନେଇ ପୋଲିସ ସ୍ପଷ୍ଟ କରିଛି । ଗତ କିଛି ଦିନ ଧରି ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାହାଡ଼ିଆ ଅଞ୍ଚଳର ଅନେକ ସ୍ଥାନରେ ଭୁସ୍ଖଳନ ସ୍ଥିତି ଉପୁଜିଥିଲା ।

Advertisment

୩ ଦିନ ଧରି କୁଲୁ ଅଞ୍ଚଳର ଅନିରେ ବି ଲଗାଣ ବର୍ଷା ହୋଇଥିଲା । ଏଠାକାର ବସଷ୍ଟାଣ୍ଡରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅନେକ କୋଠା ଧସି ମାଟିରି ମିଶିଛି । ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାମ ଆରମ୍ଭ ହୋଇଛି ।

Advertisment

ସୋସିଆଲ୍ ମିଡିଆରେ ଏହି ସମୟର ଦୃଶ୍ୟ ଭାଇରାଲ୍ ହେଉଛି । ଅଟ୍ଟାଳିକା ଭୁଶୁଡି ସମଗ୍ର ଅଞ୍ଚଳ ଧୂଳିମୟ ହୋଇଯାଉଥିବା ଦେଖିବାକୁ ମିଳୁଛି । ଏନେଇ ଖବର ପାଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷା ଫଳରେ କୁଲ୍ଲୁ-ମଣ୍ଡିକୁ ସଂଯୋଗ କରୁଥିବା ରାଜପଥରେ ଶହ ଶହ ଗାଡି ଅଟକି ରହିଛି । ଏକ ବିକଳ୍ପ ମାର୍ଗ ପାଣ୍ଡୋହ ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଫଳରେ ଏଠାରେ ଟ୍ରାଫିକ୍ ଚଳାଚଳ ସ୍ଥଗିତ ରହିଛି ।

ସେପଟେ ଆଜିଠାରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ମୁଖ୍ୟମନ୍ତ୍ରୀ ସୁଖବେନ୍ଦର ସୁଖୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସ(ପୂର୍ବର ଟ୍ୱିଟର)ରେ ଲେଖିଛନ୍ତି ଯେ, କୁଲ୍ଲୁରେ ଅଥୟ କରିଦେବା ଭଳି ଦୃଶ୍ୟ ସାମ୍ୟାକୁ ଆସିଛି। ଅନେକ ବାଣିଜ୍ୟିକ କୋଠା ଭୁଶୁଡି ପଡିଛି। ଭୂସ୍ଖଳନ ନେଇ ଆଶଙ୍କା କରି ପୂର୍ବରୁ ପ୍ରଶାନ ବିଲ୍ଡିଂରେ ଥିବା ଆସବାବପତ୍ରକୁ ସଫଳତାର ସହ ସ୍ଥାନାନ୍ତର କରିଥିଲା। 

Landslides
Advertisment
Advertisment