• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହ୍ରଦରେ ନିଆଁ । ଜମ୍ମୁ କଶ୍ମୀର ଶ୍ରୀନଗରରେ ଚାହୁଁ ଚାହୁଁ ଜଳିଗଲା ଏକାଧିକ ବୋଟ୍ । ଗତକାଲି ରାତିରେ ଡାଲ୍ ହଦ୍ରରେ ଥିବା ଅନେକ ବୋଟ୍‌ରେ ନିଆଁ ଲାଗିଯାଇଥିଲା । ଫଳରେ ୫ ରୁ ଅଧିକ ହାଉସ ବୋଟ୍ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଶ୍ରୀନଗରରେ ଡାଲ୍ ହ୍ରଦ ଏକ ପ୍ରମୁଖ ପର୍ଯ୍ୟଟନ ଓ ବ୍ୟବସାୟିକ ସ୍ଥଳ । ଯେଉଁଠି ଖାଇବାଠୁ ଆରମ୍ଭ କରି ପିନ୍ଧିବା ସାମଗ୍ରୀ ଭଳି ବହୁ ମୂଲ୍ୟବାନ ସାମଗ୍ରୀ ମିଳିଥାଏ । ଶ୍ରୀନଗରର ଏକ ବୃହତ୍ ଶିଳ୍ପ ଡାଲ୍ ହ୍ରଦ ଉପରେ ନିର୍ଭର କରେ । ଏହି ଅଗ୍ନିକାଣ୍ଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

 

ତେବେ ନିଆଁ ଲାଗିଥିବା ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଅନ୍ୟପଟେ ଅଗ୍ନିକାଣ୍ଡର ମୂଳ କାରଣ ଜଣାପଡ଼ିନଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ । ଅଗ୍ନିକାଣ୍ଡରେ କୌଣସି ପର୍ଯ୍ୟଟକ ଆହତ ହୋଇନଥିବା ସ୍ପଷ୍ଟ ହୋଇଛି ।

ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ହଠାତ ଏହା ଅନ୍ୟ ହାଉସ ବୋଟକୁ ବ୍ୟାପୀ ଯାଇଥିଲା । ପୋଲିସ ଏହାକୁ ନେଇ ମାମଲା ଦାୟର କରିବା ସହିତ ନିଆଁ ଲାଗିବାର କାରଣ ଖୋଜୁଛି ।