Advertisment

ଛତିଶଗଡ଼ରେ ପୁଣି ବଡ଼ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ନକ୍ସଲ

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ଟଳିପଡିଛନ୍ତି। ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Seven Naxalites killed in Chhattisgarh encounter

Encounter

Advertisment

ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ବିରୋଧୀ ଅପରେସନ୍ । ନିପାତ ହୋଇଛନ୍ତି ୭ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାର ନାରାୟଣପୁର ବର୍ଡ଼ରରେ ଏହି ବଡ଼ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ଟଳିପଡିଛନ୍ତି। ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏବେ ବି ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଆଜିର ଏହି ଏନକାଉଣ୍ଟର ସହ ଚଳିତ ବର୍ଷ ୧୧୨ ଜଣ ନକ୍ସଲ ନିହତ ହୋଇଛନ୍ତି ।

Advertisment

ନାରାୟଣପୁର ଏସ୍‌ପି ପ୍ରଭାତ କୁମାରଙ୍କ ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତିନି ଜିଲ୍ଲାର ସୀମାରେ ନକ୍ସଲମାନେ ଏକ ବଡ଼ ଧରଣର ବୈଠକ କରୁଛନ୍ତି। ଏହା ପରେ ତୁରନ୍ତ ଜିଲ୍ଲା ପୁଲିସ, ଡିଆରଜି ଓ ସିଆରପିଏଫ ଯବାନ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦିନ ଗୋଟାଏ ପର୍ଯ୍ୟନ୍ତ କିଛି ସମୟ ବ୍ୟବଧାନରେ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳୁଥିଲା। ପରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ। ସେତେବେଳେ ୭ ଜଣ ନକ୍ସଲର ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ୫ଟି ବନ୍ଧୁକ ସହ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ: ଫିଲ୍ମ ଷ୍ଟାଇଲ୍‌ରେ AIIMS ଏମର୍ଜେନ୍ସି ୱାର୍ଡ ଭିତରେ ପଶିଲା ପୋଲିସ ଗାଡ଼ି..!

Advertisment

ସେହିପରି ଗତ ମେ’ ୧୦ରେ ଛତିଶଗଡ଼ରେ ଏକ ବଡ଼ ଧରଣର ଏନକାଉଣ୍ଟର ହୋଇଥିଲା । ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଥିଲେ ୧୨ ଜଣ ମାଓବାଦୀ । ସୁକମା, ଦନ୍ତେୱାଡା, ବିଜାପୁର ଆଦି ୩ ଜିଲ୍ଲା ପୋଲିସ ସହ CRPF ର କୋବ୍ରା ଯବାନଙ୍କ ମିଳିତ ଅପରେସନରେ ମିଳିଥିଲର ଏହି ସଫଳତା । ୩ ଜିଲ୍ଲାର SPଙ୍କ ସମେତ ବସ୍ତର DIG ଏବଂ IG ଏହି ଅପରେସନକୁ ନିୟନ୍ତ୍ରଣ କରୁଥିଲେ।

ପିଡ଼ିଆ ଜଙ୍ଗଲରେ ୩୦ରୁ ୪୦ ଜଣ ନକ୍ସଲ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ସେମାନେ ସେଠାରେ କିଛି ଦିନ ହେବ କ୍ୟାମ୍ପ କରି ରହିଥିଲେ । ବିଶେଷ ସୂତ୍ରରୁ ଖବର ପାଇବା ପରେ ସୁକମା, ଦନ୍ତେୱାଡା ଓ ବିଜାପୁର ଆଦି ତିନି ଜିଲ୍ଲାର ପୋଲିସ ସହିତ CRPFର କୋବ୍ରା ଯବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ କରିଥିଲେ। ବସ୍ତର ପୋଲିସ୍ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା। ସେହିଭଳି ତିନି ଜିଲ୍ଲାର SPଙ୍କ ସମେତ ବସ୍ତର DIG ଏହି ଅପରେସନ ଉପରେ ନଜର ରଖିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଏତେ ଖରା ଗରମରେ କେମିତି କରୁଛନ୍ତି ଡ୍ୟୁଟି ! ଦେଖନ୍ତୁ ଭିଡିଓ...

ମୃତ ନକ୍ସଲଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ମିଳିଥିଲା । ଆହୁରି ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା । ସେହିପରି ଗତ ଏପ୍ରିଲ ୧୬ ତାରିଖରେ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ ୨୯ ନକ୍ସଲ। ସେହି ନିହତ ନକ୍ସଲଙ୍କ ମଧ୍ୟରେ ଥିଲେ ସଂଗଠନର ଟପ କମାଣ୍ଡର ଶଙ୍କର ରାଓ। ତା’ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଗତ ଦୁଇ ତିନି ମାସ ଭିତରେ ଛତିଶଗଡ଼ରେ ଏନ୍‌କାଉଣ୍ଟରେ ପ୍ରାୟ ୮୦ ନକ୍ସଲ ନିହତ ହୋଇସାରିଲେଣି।

Chhattisgarh Encounter Naxalite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ