/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696572121.jpg)
Fire Mishap
ମୁମ୍ବାଇର ଏକ କୋଠାରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ଘଟିଛି । ଗୋରେଗାଓଁ ଅଞ୍ଚଳର ଏକ ୫ ମହଲା କୋଠାର ପାର୍କିଂ ଓ ତଳ ମହଲାରେ ନିଆଁ ଲାଗିଯିବାରୁ ଘଟିଛି ଅଘଟଣ। ଆଜି ଭୋରରୁ ନିଆଁ ଲାଗି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ଓ ଧୂଆଁ ବ୍ୟାପି ଯାଇଥିଲା । ଫଳରେ ଶ୍ୱାସରୁଦ୍ଧ ହୋଇ ଅନେକ ଅସୁସ୍ଥ ହୋଇଥିଲୋ ୪୦ରୁ ଅଧିକ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
Advertisment
ତେବେ ଏତେ ବଡ଼ ଅଗ୍ନିକାଣ୍ଡ କେମିତି ହେଲା ? ନିଆଁ ଲାଗିବା ପରେ ଆୟତ୍ତ ହୋଇପାରିଲାନି କେମିତି ? ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ଭୋରୁ ଭୋରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟରେ ଲୋକେ ଶୋଇ ପଡ଼ିଥିବାରୁ ବାହାରକୁ ବାହାରି ପାରି ନ ଥିବା ଆଲୋଚନା ହେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)