/odishatv-khabar/media/post_attachments/uploadimage/library/16_9/16_9_0/s_1698832944.jpg)
Senior IPS Officer Rashmi Ranjan Swain New DGP Of Jammu And Kashmir
ଓଡ଼ିଆ ପୁଅ ହେଲେ ଜମ୍ମୁ ଓ କାଶ୍ମୀରର ନୂତନ ପୋଲିସ ମହାନିର୍ଦ୍ଦେଶକ । ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଜମ୍ମୁ ଓ କାଶ୍ମୀରର ୧୭ ତମ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ।
Advertisment
ଜମ୍ମୁ ଓ କାଶ୍ମୀରର ପୋଲିସ ଡିଜି ଦିଲ୍ବାଗ ସିଂ ଗତକାଲି ଅବସର ନେବା ପରେ ଆଜି ଶ୍ରୀନଗର ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଶ୍ମି ରଞ୍ଜନ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
ଅରୁଣାଚଳ ପ୍ରଦେଶ, ଗୋଆ, ମିଜେରାମ ଓ କେନ୍ଦ୍ରଶାସିତ ଅଞ୍ଚଳ ୧୯୯୧ ବ୍ୟାଚ୍ ଅଫିସର ରଶ୍ମି ରଞ୍ଜନ ସ୍ୱାଇଁ ଏହା ପୂର୍ବରୁ ଜମ୍ମୁ ଓ କାଶ୍ମୀରର କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ ଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)