• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏଣିକି ବେଆଇନ ଭାବେ ପାର୍କିଂ ହୋଇଥିବା କାରର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର । ଖୁବ୍ ଶୀଘ୍ର କେନ୍ଦ ସରକାରଙ୍କ ପକ୍ଷରୁ ଏହି ନୂଆ ନିୟମ ଲାଗୁ କରିବାର ଯୋଜନା କରୁଛନ୍ତି । କେବଳ ଏତିକି ନୁହେଁ ନିଜ ଗାଡ଼ିକୁ ବେଆଇନ ଭାବେ ପାର୍କିଂ କରିଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ । ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏହି ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗାଡକରୀ ରାସ୍ତାଘାଟରେ ଗାଡ଼ିଗୁଡିକ ବେଆଇନ୍ ପାର୍କିଂ କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ରାସ୍ତାରେ ଭୁଲ୍ ପାର୍କିଂ ଥିବା ଯାନବାହାନର ଯାଞ୍ଚ କରିବା ପାଇଁ ସେ ଏକ ଆଇନ ଆଣିବାକୁ ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ମୁଁ ଏକ ଆଇନ ଆଣିବାକୁ ଯାଉଛି ଯେ ରାସ୍ତାରେ ବେଆଇନ ଭାବେ ପାର୍କିଂ କରାଯାଇଥିବା ଗାଡିକୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଅନ୍ୟପକ୍ଷରେ, ଗାଡିଟିକୁ ବେଆଇନ ପାର୍କିଂ କରିଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ଦେଲେସେହି ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯିବ।‘

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାଗପୁରରେ ଥିବା ତାଙ୍କ ରୋଷେୟା ୨ଟି ସେକେଣ୍ଡ ହାଣ୍ଡ ଗାଡ଼ି ରଖିଛି । ଆଜିକାଲି ଗୋଟିଏ ପରିବାରରେ ୪ ଜଣ ସଦସ୍ୟ ଥିଲେ ମଧ୍ୟ ସେମାନେ ୬ଟି ଗାଡ଼ି କିଣୁଛନ୍ତି । ଦିଲ୍ଲୀରେ ଲୋକମାନେ ନିଜ ଘରେ ପାର୍କିଂ ସ୍ଥାନ ରଖୁ ନାହାନ୍ତି, ନିଜର ଗାଡ଼ିକୁ ସର୍ବସାଧାରଣ ରାସ୍ତାଉପରେ ପାର୍କ କରୁଛନ୍ତି । ତେଣୁ ଏହିପରି ନିୟମ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଗାଡକରୀ ।