Advertisment

ସନ୍ଦେହ ଥିଲା ପାକିସ୍ତାନୀ ଗୁପ୍ତଚର, ଏବେ ସେ ହେବେ ଭାରତର ଗୁପ୍ତଚର !

ଏମିତିକି ଏବେ ବି ସନ୍ଦେହ କରାଯାଉଛି ଯେ, ସୀମା କୌଣସି ସାଧାରଣ ମହିଳା ନୁହେଁ ବରଂ ସେ ଜଣେ ପାକିସ୍ତାନୀ ଗୁପ୍ତଚର । ଏନେଇ ତଦନ୍ତ ମଧ୍ୟ ଚାଲିଛି ।

ଅଦ୍ୟତନ ହୋଇଛି
Seema Haider To Play Raw Agent In Movie

Seema Haider As Raw Agent

Advertisment

ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀ ଏବେ ଖୁବ୍‌ ଚର୍ଚ୍ଚାରେ । କାରଣ ସୀମା ଭାରତର ଶତ୍ରୁ ଦେଶ ପାକିସ୍ତାନର ଝିଅ । ସେ ପବ୍‌ଜି ଖେଳୁ ଖେଳୁ ଭାରତର ସଚିନ ବୋଲି ଜଣେ ଯୁବକଙ୍କୁ ପ୍ରେମ କରିଥିଲେ, ଆଉ ତାଙ୍କ ପାଇଁ ସେ ଯେନତେନ ଭାରତ ଆସିଥିଲେ । ଏଠାରେ ପହଞ୍ଚିବା ପରେ ନାନା କଥା ଆଲୋଚନା ହୋଇଥିଲା । ଏମିତିକି ଏବେ ବି ସନ୍ଦେହ କରାଯାଉଛି ଯେ, ସୀମା କୌଣସି ସାଧାରଣ ମହିଳା ନୁହେଁ ବରଂ ସେ ଜଣେ ପାକିସ୍ତାନୀ ଗୁପ୍ତଚର । ଏନେଇ ତଦନ୍ତ ମଧ୍ୟ ଚାଲିଛି ।

Advertisment

ଏବେ ସୀମାଙ୍କୁ ନେଇ ଆଉ ଏକ ନୂଆ ଚର୍ଚ୍ଚା ହେଲା, ସେ ହିରୋଇନ୍‌ ହେବେ । ଫିଲ୍ମରେ ଅଭିନୟ କରିବେ । ଖାଲି ସେତିକି ନୁହେଁ ଫିଲ୍ମରେ ସେ ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ । ତାହା ପୁଣି ଭାରତର ଗୁପ୍ତଚର । ଅର୍ଥାତ୍ ଫିଲ୍ମରେ ସୀମାଙ୍କ ଭୂମିକା ରହିବ ର’ ଏଜେଣ୍ଟ । ଅନ୍ୟପଟେ ସୀମାଙ୍କ କାହାଣୀ ବି କୌଣସି ଫିଲ୍ମ ଠାରୁ କମ ନୁହେଁ।

ଅଧିକ ପଢ଼ନ୍ତୁ: ପାକିସ୍ତାନର ଗୁପ୍ତଚର କି ସୀମା ? ଭାରତ ଆସିବାକୁ କିଏ ଦେଖାଇଥିଲା ଗଳା ବାଟ ?

Advertisment

ତେବେ କହିବାକୁ ଗଲେ ସୀମା ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି । ସୀମା ହାଇଦର ଆର୍ଥିକ ସଂକଟ ଦେଇ ଗତିକରୁଥିବା ଖବର ଭାଇରାଲ ହେବା ପରେ ଫିଲ୍ମ ନିର୍ମାତା ଅମିତ ଜାନୀ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ସେ ସୀମାଙ୍କୁ ଫିଲ୍ମରେ ହିରୋଇନ୍ ହେବାର ଅଫର୍ ଦେଇଥିଲେ ।

କ’ଣ ହେବ ତାଙ୍କର ଡେବ୍ୟୁ ଫିଲ୍ମ

କିଛି ଦିନ ପୂର୍ବରୁ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା ଉଦୟପୁର ଟେଲର କହ୍ନେୟା ଲାଲ ସାହୁ ହତ୍ୟା ଘଟଣା । ଏହି ଘଟଣା ଉପରେ ଅମିତ ଜାନି ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଫିଲ୍ମର ଟାଇଟଲ୍ ହେଉଛି 'ଏ ଟେଲର ମର୍ଡର ଷ୍ଟୋରୀ' । ଏହି ଫିଲ୍ମରେ କାମ କରିବାକୁ ସୀମାଙ୍କୁ ଅଫର ଦେଇଛନ୍ତି ଅମିତ ।

Advertisment

କାହିଁକି ସାହାଯ୍ୟ କଲେ

ଅମିତ ଜାନୀ ଉଭୟ ସୀମା ଏବଂ ସଚିନଙ୍କୁ ଏହି ଅଫର ଦେଇଥିଲେ ଯେ ଯଦି ସେମାନେ ତାଙ୍କ ପ୍ରଡକ୍ସନରେ କାମ କରନ୍ତି, ତେବେ ସେ କାମ ପାଇଁ ସେମାନଙ୍କୁ ଟଙ୍କା ଦେବେ । ନିଜ ତରଫରୁ ଏକ ଭିଡିଓ ରିଲିଜ୍ କରି ଅମିତ କହିଛନ୍ତି ଯେ ସୀମା ହାଇଦର ଭାରତରେ ପ୍ରବେଶ କରିଥିବା ତରିକାକୁ ସେ ସମର୍ଥନ କରୁନାହାଁନ୍ତି। କିନ୍ତୁ ସେମାନଙ୍କର ଆର୍ଥିକ ପ୍ରତିବନ୍ଧକ ଦେଖି ଜଣେ ଭାରତୀୟ ହୋଇ ସେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଅଧିକ ପଢ଼ନ୍ତୁ: ଭାଇରାଲ୍ ହେଉଛି ପାକିସ୍ତାନ 'ସ୍ପାଇ' ସୀମା ହାଇଦରଙ୍କ ଜବରଦସ୍ତ ଡ୍ୟାନ୍ସ; କିଏ କହୁଛି ରବୀନା ଟଣ୍ଡନ ବି ଫେଲ୍ ମାରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ