Advertisment

Viral Video: ଭାଇରାଲ୍ ହେଉଛି ପାକିସ୍ତାନ 'ସ୍ପାଇ' ସୀମା ହାଇଦରଙ୍କ ଜବରଦସ୍ତ ଡ୍ୟାନ୍ସ; କିଏ କହୁଛି ରବୀନା ଟଣ୍ଡନ ବି ଫେଲ୍ ମାରିବେ

ପାକିସ୍ତାନୀ 'ସ୍ପାଇ' ସୀମା ହାଇଦରଙ୍କୁ ଏବେ ଏଟିଏସ ପଚରାଉଚରା କରୁଛି। ଏହି ସମୟରେ ସୀମା ହାଇଦରଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୀମା ବଲିଉଡର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳେ।

author-image
Pramod Behera
ଅଦ୍ୟତନ ହୋଇଛି
Pakistani spy Seema Haider dance video viral on madhuri dixit superhit song

Pakistani spy Seema Haider dance video viral on madhuri dixit superhit song

ଆଜିକାଲି ପାକିସ୍ତାନର କରାଚିରୁ ନେପାଳରେ ପହଞ୍ଚିଥିବା ସୀମା ହାଇଦରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସନୀ ଦେଓଲଙ୍କ 'ଗଦର ୨' ରିଲିଜ୍ ହେବା ପୂର୍ବରୁ ପାକିସ୍ତାନୀ ସୀମା ତଥା ଭାରତୀୟ ଯୁବକ ସଚିନଙ୍କ ପ୍ରେମ କାହାଣୀକୁ ନେଇ ଏବେ ସବୁଆଡେ ଆଲୋଚନା। ସୀମା ହାଇଦର ତାଙ୍କ ପ୍ରେମିକ ସଚିନ୍ ମୀଣାଙ୍କ ସହ ଦୀର୍ଘ ଦିନ ଧରି ନୋଏଡାରେ ରହୁଥିଲେ, ଯାହା ବିଷୟରେ କେହି ଜାଣି ନ ଥିଲେ। ବର୍ତ୍ତମାନ ଉଭୟଙ୍କ ଏହି ପ୍ରେମ କାହାଣୀ ସନ୍ଦେହ ଘେରରେ ରହିଛି।

Advertisment

ସଚିନଙ୍କ ପାକିସ୍ତାନୀ ଗର୍ଲଫ୍ରେଣ୍ଡକୁ ଏବେ ଏଟିଏସ ପଚରାଉଚରା କରୁଛି। ଏସ୍‌ଏସ୍‌ବି(SSB) ଏବଂ ୟୁପି ପୋଲିସ ଇଣ୍ଟେଲିଜେନ୍ସ ଏଜେନ୍ସି ଠାରୁ ସୀମା ହାଇଦର ବିଷୟରେ ରିପୋର୍ଟ ମାଗିଛନ୍ତି। ଏହି ସମୟରେ ସୀମା ହାଇଦରଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୀମା ବଲିଉଡର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳେ।

ତେବେ ମାଧୁରୀ ଦୀକ୍ଷିତଙ୍କ ଗୀତରେ ସୀମାଙ୍କ୍ ଡ୍ୟାନ୍ସ ଭିଡିଓରେ ଅନେକ ପ୍ରତିକ୍ରିୟା ମଧ୍ୟ ଆସୁଛି। ଭିଡିଓରେ ସୀମା ହାଇଦର ମାଧୁରୀ ଦୀକ୍ଷିତଙ୍କ ଗୀତ 'ଗଲେ ମେ ଲାଲ୍‌ ଟାଇ, ଘର ମେ ଏକ ଚାରପାଇ'ରେ ନାଚୁଥିବାର ନଜର ଆସିଛନ୍ତି। ଭିଡିଓରେ ସୀମାଙ୍କ ଏକ୍ସପ୍ରେସନ୍ ଏବଂ ନାଚ ପ୍ରକୃତରେ ଦେଖିବା ଭଳି। ଏହି ଭିଡିଓରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସୀମା ନାଚକୁ ବହୁତ ଭଲ ପାଆନ୍ତି। ଏହାପୂର୍ବରୁ ମଧ୍ୟ ସୀମାଙ୍କର ଅନେକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କିନ୍ତୁ ତାଙ୍କର ଏନର୍ଜି ଦେଖିବାକୁ ଯୋଗ୍ୟ।

Advertisment

ସୀମା ହାଇଦରଙ୍କ ଏହି ଡ୍ୟାନ୍ସ ଭିଡିଓ ଉପରେ ମତ ଦେଇ ଜଣେ ଲେଖିଛନ୍ତି- “ଏ ତ ଜଣେ ଜବରଦସ୍ତ ଡ୍ୟାନ୍ସର।” ଆଉ ଜଣେ କହିଛନ୍ତି- “ଡ୍ୟାନ୍ସ ଦେଖିଲା ପରେ ମତେ କାହିଁକି ଲାଗୁଛି ଯେ ମୁଁ ମଧ୍ୟ ସୀମା ହାଇଦରଙ୍କ ପ୍ରେମରେ ପଡିଗଲିଣି।”

ଏହି ଭିଡିଓ ଉପରେ ମତ ଦେଇ ଅନ୍ୟ ଜଣେ ସୋସିଆଲ ମିଡିଆରେ ଲେଖିଛନ୍ତି- 'ଆରେ ଭାଇ, ଏ ତ ଲାଗୁଛି ରବୀନା ଟଣ୍ଡନ୍‌କୁ ମଧ୍ୟ ଫେଲ କରିଦେବ।” ଭିଡିଓରେ ଆହୁରି ମଧ୍ୟ ଅନେକ ଜବରଦସ୍ତ ଏବଂ ମଜାଳିଆ ପ୍ରତିକ୍ରିୟା ଆସିଛି, ଯାହାକୁ ଦେଖିବା ପରେ ଯେ କେହି ବି ହସି ହସି ଗଡିଯିବ।

ତେବେ ସୀମା ହାଇଦର ଡ୍ୟାନ୍ସ କରିବାର ଏହା ପ୍ରଥମ ଭିଡିଓ ନୁହେଁ। ଏହାପୂର୍ବରୁ ମଧ୍ୟ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି। ନିକଟରେ ସୀମା ଲେହେଙ୍ଗା ପିନ୍ଧି “ହାଏ କିସ୍‌ମତ୍ ଫୁଟି'ରେ ନାଚୁଥିବାର ନଜର ଆସିଥିଲେ। ଗୀତରେ ସୀମାଙ୍କର ଜବରଦସ୍ତ ଡ୍ୟାନ୍ସ ସମସ୍ତଙ୍କୁ ପସନ୍ଦ ଆସିଛି। ଏହି ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା।


 
 
 
 
 
 
 
 
 
 
 
 
 
 

A post shared by Seema Sachin Vlog (@sachin_seema_hider)


 
 
 
 
 
 
 
 
 
 
 
 
 
 

A post shared by Seema Sachin Vlog (@sachin_seema_hider)


 
 
 
 
 
 
 
 
 
 
 
 
 
 

A post shared by Seema Sachin Vlog (@sachin_seema_hider)

Viral Video Pakistan Spies
Advertisment
Advertisment