• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା । ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷା କର୍ମୀ । ଛତିଶଗଡ଼ କାଙ୍କେର ଜିଲ୍ଲା ଅନନ୍ତଗଡ଼ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ ହୋଇଛି । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣା ପରେ ସର୍ଚ୍ଚ ଅପରେସନ ଜାରି ରହିଛି । କାଲି ନାରାୟଣପୁରରେ ହତ୍ୟାକାଣ୍ଡ ଘଟାଇଥିଲେ ନକ୍ସଲ । ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଛତିଶଗଡର କାଙ୍କେର ଜିଲ୍ଲାର ଅନ୍ତଗଡ ଅଞ୍ଚଳରେ ବିଏସଏଫ୍ ଜବାନଙ୍କ ଏକ ଟିମ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ କ୍ଷୟକ୍ଷତିର ସୂଚନା ମିଳିନଥିଲେ ମଧ୍ୟ ନକ୍ସଲଙ୍କ ସମସ୍ତ କ୍ୟାମ୍ପକୁ ଧ୍ୱଂସ କରିଦେଇଛନ୍ତି ସୁରକ୍ଷାକର୍ମୀ ।

ସେପଟେ, ଛତିଶଗଡର ସୁକମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ଜଣେ ମାଓବାଦୀ ମୃତ ହୋଇଥିବା ବେଳେ 4 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜୁଥିବା ସମୟରେ ବିସ୍ଫୋରଣ ଘଟିଛି ।