• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲୋକସଭା ଅଧିବେଶନ ଚାଲିଥିବା ବେଳେ ଘଟିଲା ଅଭାବନୀୟ ଘଟଣା । ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଦେଇଛି । ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ । ଦର୍ଶକ ଗ୍ୟାଲେରୀରୁ ସିଧା ସାଂସଦଙ୍କ ଆସନକୁ ଡେଇଁଲେ ଉଭୟ । ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ୨ ଅଜ୍ଞାତ ଯୁବକ ପଶି ଆସିଥିବା ସୂଚନା ମିଳିଛି ।

ଗୃହରେ ଅଜ୍ଞାତ ଯୁବକ ଅଚାନକ୍ ପଶି ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର୍ ଗ୍ୟାସ୍ ପ୍ରୟୋଗ କରାଯାଇଛି । ଅଜ୍ଞାତଙ୍କୁ କାବୁ କରି ବାହାରକୁ ନେଇଛନ୍ତି ସୁରକ୍ଷାକର୍ମୀ । କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରି ଧରାପଡ଼ିଲେ ଦୁଇଜଣ । ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବି କଲେ ବାଚସ୍ପତି ।

ସଂସଦ ଭବନ ବାହାରେ ବି ୨ ଜଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଉଠାଇନେଲା ପୋଲିସ । ପରିବହନ ଭବନ ସାମ୍ନାରେ ବିକ୍ଷୋଭ ବେଳେ ଉଠାଇନେଲା ପୋଲିସ । ୨ ଜଣଙ୍କ ଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କଲା ପୋଲିସ ।

ସଂସଦ ଭବନ ଆକ୍ରମଣକୁ ଆଜି ୨୨ ବର୍ଷ ପୂର୍ତ୍ତି ଥିଲା । ୨୨ ବର୍ଷ ତଳେ ସଂସଦ ଭବନ ଆକ୍ରମଣରେ ୧୪ ଜୀବନ ଯାଇଥିଲା । ଦିଲ୍ଲୀ ପୋଲିସର ୬, ସଂସଦ ଭବନର ୨ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ଆତଙ୍କୀ ହମଲାରେ ଜଣେ କର୍ମଚାରୀଙ୍କର ବି ମୃତ୍ୟୁ ଘଟିଥିଲା । ଆକ୍ରମଣକାରୀ ୫ ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ । ଠିକ୍‌ ୨୨ ବର୍ଷ ପରେ ଆଜି ପୁଣି ସଂସଦ ଭବନରେ ପଶିଲେ ୨ ଯୁବକ ।