• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି କସରତ ଆରମ୍ଭ କରିଛି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସନ୍ଧ୍ୟାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ନୀତିଶ କୁମାରଙ୍କ ସହ ଧର୍ମେନ୍ଦ୍ର ପ୍ରାୟ ୨ ଘଣ୍ଟା ଧରି ଆଲୋଚନା କରିଥିଲେ ।

ଆଗାମୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ବିଜେପିର ବୈଠକ ଏପରି ସମୟରେ ହୋଇଛି । ଯେତେବେଳେ ଉଭୟଙ୍କ ମଧ୍ୟରେ ଦୂରତା ବୃଦ୍ଧି ହେଉଥିବା କଥା ସାମ୍ନାକୁ ଆସୁଛି । ସେହିପରି ଦୁହିଁଙ୍କ ସାକ୍ଷାତ ସମ୍ପର୍କରେ ସୂଚନା ବିହାର ବିଜେପିକୁ ମଧ୍ୟ ଦିଆଯାଇନାହିଁ

ସୂଚନାଅନୁସାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ହୋଇଥିବା ଏହି ବୈଠକରେ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଆହୁରି ମଧ୍ୟ ସୂତ୍ରରୁ ପ୍ରକାଶ ଯେ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ବିଭିନ୍ନ ଦିଗରେ କାର୍ଯ୍ୟ ଆରମ୍ଭ କରିଛି।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅତୀତରେ ପ୍ରତିଦ୍ୱନ୍ଦ୍ୱୀ ଦଳ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ଏହି ବୈଠକର ଗୁରୁତ୍ୱ ରହିଛି । ୨୦୧୨ରେ ରେ ସେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ । ପରେ ଗତ ରାଷ୍ଟ୍ରପତି ନିର୍ବାଚନରେ ନୀତିଶ କୁମାର ବିହାରରେ ଗ୍ରାଣ୍ଡ ଆଲାଇନ୍ସର ଅଂଶ ହୋଇଥିଲେ ହେଁ ରାମନାଥ କୋବିନ୍ଦଙ୍କ ପକ୍ଷ ରଖିଥିଲେ। ସୂତ୍ରରୁ ଜଣାପଡିଛି ଯେ ବିହାରର ଶିକ୍ଷା ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଧ୍ୟ ଏହି ସଭାର ଅଂଶବିଶେଷ ଥିଲେ ।