Advertisment

Union Budget 2025: ଆଜିଠୁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ; ମଣିପୁର ହିଂସାକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ

ଫାଇନାନ୍ସ ବିଲ୍ ୨୦୨୫ ପାରିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଏହାଛଡ଼ା ଆହୁରି ୩୦ରୁ ଅଧିକ ବିଲ୍ ରହିଛି ଯାହାକୁ କେନ୍ଦ୍ର ସରକାର ଏହି ଅଧିବେଶନରେ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୬ଟି ବିଲ୍ ରାଜ୍ୟସଭା ଏବଂ ୯ଟି ବିଲ୍ ଲୋକସଭାରେ ଅଟକି ରହିଛି। ସେହିପରି ନୂଆ ଆୟକର ବିଲ୍ ମଧ୍ୟ ଏହି ଅଧିବେଶନରେ ପାରିତ ହୋଇପାରେ।

Union Budget

Union Budget

Advertisment

ଆଜିଠୁ ଆରମ୍ଭ ହେଉଛି ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ସରଗରମ ହେବ ଉଭୟ ଲୋକସଭା ଏବଂ ରାଜ୍ୟସଭା। ନିକଟରେ ଘଟିଥିବା ମଣିପୁର ହିଂସାକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ। ଏଥିସହ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମଣିପୁର ବଜେଟ୍ ଉପସ୍ଥାପନ କରିପାରନ୍ତି। ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂଙ୍କ ଇସ୍ତଫା ପରେ ଗତ ଫେବ୍ରୁଆରୀରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ଅଛି। ଏହି ଅଧିବେଶନରେ କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିପାରନ୍ତି।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍; ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

ଫାଇନାନ୍ସ ବିଲ୍ ୨୦୨୫ ପାରିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଏହାଛଡ଼ା ଆହୁରି ୩୦ରୁ ଅଧିକ ବିଲ୍ ରହିଛି ଯାହାକୁ କେନ୍ଦ୍ର ସରକାର ଏହି ଅଧିବେଶନରେ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୬ଟି ବିଲ୍ ରାଜ୍ୟସଭା ଏବଂ ୯ଟି ବିଲ୍ ଲୋକସଭାରେ ଅଟକି ରହିଛି। ସେହିପରି ନୂଆ ଆୟକର ବିଲ୍ ମଧ୍ୟ ଏହି ଅଧିବେଶନରେ ପାରିତ ହୋଇପାରେ।

Advertisment

ଗତ ଫେବ୍ରୁଆରୀ୧୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ନୂଆ ଆୟକର ବିଲ୍ ଉପସ୍ଥାପନ କରିଥିବା ବେଳେ ଏବେ ଏହାର ଅନୁଶୀଳନ କରୁଛନ୍ତି ସିଲେକ୍ଟ କମିଟି। ଚଳିତ ଅଧିବେଶନରେ କମିଟି ରିପୋର୍ଟ ଦେବା ପରେ ସରକାର ଏହି ବିଲ୍ ଉପରେ ଚର୍ଚ୍ଚା କରିବା ସହ ଏହାକୁ ପାସ୍ କରିବା ଲାଗି ପ୍ରୟାସ କରିପାରନ୍ତି। ଆସନ୍ତା ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। 

ଅଧିକ ପଢ଼ନ୍ତୁ: ଶୋକରେ ବୁଡିଲା ଦାରିଙ୍ଗବାଡି; ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

Advertisment
Parliament Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ