Advertisment

Viral Video: କାହା କଥା ଶୁଣିଲେନି, ବିମାନ ଭିତରେ ପିଟି ଚାଲିଲେ...

ଆପଣମାନେ ଦେଖିଥିବେ ବସ୍‌ ଓ ଟ୍ରେନ୍‌ରେ ସିଟ୍‌ ପାଇଁ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ହେଲେ ଏବେ ଏହି ଝଗଡ଼ା ବିମାନ ଭିତରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Scuffle On Board Plane Video Goes Viral

Scuffle OnBoard Plane Video Goes Viral

Advertisment

ପ୍ରଥମେ କଥା କଟାକଟି, ପରେ ହାତାହାତି। ତା’ବି ପୁଣି ମଝି ଆକାଶରେ ବିମାନ ଭିତରେ। ଆପଣମାନେ ଦେଖିଥିବେ ବସ୍‌ ଓ ଟ୍ରେନ୍‌ରେ ସିଟ୍‌ ପାଇଁ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ହେଲେ ଏବେ ଏହି ଝଗଡ଼ା ବିମାନ ଭିତରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। Bangkok ରୁ କୋଲକାତା ଆସୁଥିବା ଏକ ବିମାନରେ ଯାତ୍ରୀଙ୍କ ମଧ୍ୟରେ ଖାଲି ଝଗଡ଼ା ହୋଇନାହିଁ ବରଂ ଜବରଦସ୍ତ ମାର୍‌ପିଟ୍‌ ମଧ୍ୟ ହୋଇଛି। ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ କ୍ରୁ ଷ୍ଟାଫ୍‌ ପ୍ରୟାସ କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବାହାହେଲା ଝିଅ : ବିବାହର ଦୁଇଘଣ୍ଟା ପରେ ଆଖି ବୁଜିଲା ମା’

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ୨ ଜଣ ବ୍ୟକ୍ତି ପରସ୍ପର ମଧ୍ୟରେ ଝଗଡ଼ା ହେଉଛନ୍ତି। ଏହି ସମୟରେ ବିମାନର କ୍ରୁ ଷ୍ଟାଫ୍‌ ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ପ୍ରୟାସ ଚଳାଇଛନ୍ତି। ଝଗଡ଼ା ଲାଗିଥିବା ୨ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଚୁପ୍‌ଚାପ୍‌ ଶାନ୍ତିରେ ବସିବା ପାଇଁ କହୁଥିବା ବେଳେ ଅନ୍ୟ ଜଣେ ହାତ ତଳକୁ କରି କଥା ହେବା ପାଇଁ କହୁଥିବା ନଜର ଆସିଛି। ଏହାର ମାତ୍ର କିଛି ସେକେଣ୍ଡ ପରେ ଝଗଡ଼ା, ମାର୍‌ପିଟ୍‌ରେ ବଦଳି ଯାଇଥିଲା। ଜଣେ ବ୍ୟକ୍ତି ଓ ତାଙ୍କର କିଛି ସାଥୀ ଆଉ ଜଣେ ବ୍ୟକ୍ତିଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। 

Advertisment

ଏହି ସମୟରେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ନିଜକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଅନ୍ୟ ଯାତ୍ରୀ ଓ କ୍ୟାବିନ୍‌ କ୍ରୁ ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ପ୍ରାୟାସ କରିଥିଲେ। ଖବର ଲେଖାଯିବା ସୁଦ୍ଧା ଏନେଇ ସମ୍ପୃକ୍ତ ଏୟାରଲାଇନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ବିମାନ ଭିତରେ ଏୟାର ହୋଷ୍ଟେସ୍‌ ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ନେଇ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ଜଣେ ଏୟାର ହୋଷ୍ଟେସ୍‌ ଜଣେ ଯାତ୍ରୀଙ୍କୁ ଶାଳୀନତା ଶିଖାଉଥିବା ଦେଖିବାକୁ ମିଳିଥିଲା। ଭାଇରାଲ ଭିଡିଓରେ ଶୁଭୁଥିବା ଏହାର ହୋଷ୍ଟେସ୍‌ଙ୍କ କଥାରୁ ଯାହା ଜଣାପଡ଼ିଥିଲା, ପ୍ରଥମେ ଯାତ୍ରୀ ଜଣଙ୍କ ତାଙ୍କ ପ୍ରତି ଖରାପ ବ୍ୟବହାର କରିଛନ୍ତି । ଆଉ ତା’ପରେ ଏୟାର ହୋଷ୍ଟେସ୍‌ ଏହାକୁ ବିରୋଧ କରିଥିଲେ। 

Viral Video Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ