Advertisment

ବିମୁଦ୍ରୀକଣ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ

୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ।

ଅଦ୍ୟତନ ହୋଇଛି
Supreme Court upholds Centre's 2016 Decision on Demonetisation

Supreme Court upholds the decision of the Central government taken in 2016 to demonetise the currenc

Advertisment

ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ନା ଭୁଲ। ସୁପ୍ରିମକୋର୍ଟ ଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ରାୟ ଶୁଣାଇଛନ୍ତି। ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଶୁଣାଇଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ବିମୁଦ୍ରୀକରଣ ବିରୋଧରେ ସମସ୍ତ ଆବେଦନ ଖାରଜ କରିଛନ୍ତି। ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି କହିଛନ୍ତି।

Advertisment

ମୋଦି ସରକାର ଙ୍କ ବିମୁଦ୍ରୀକରଣକୁ ଚ୍ୟାଲେଂଜ କରି ହୋଇଥିବା ୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ।  ଆଜି ଏହି ରାୟ ପ୍ରକାଶ ପାଇଛି।

ଗତ ୨୦୧୬ ନଭେମ୍ବର ୮ ତାରିଖରେ ହଠାତ୍ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା କରି ହଜାରେ ଓ ୫ ଶହ ଟଙ୍କିଆ ନୋଟ ଅଚଳ କରିଦେଇଥିଲେ। ଶୁଣାଣି ବେଳେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

Advertisment
Supreme Court Demonetisation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ