Advertisment

୨୨୦ଟି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସିଏଏକୁ ଚ୍ୟାଲେଞ୍ଜ କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ୨୦୧୯ ଡିସେମ୍ବର ୧୮ରେ ଶୁଣାଣି କରିଥିଲେ।

ଅଦ୍ୟତନ ହୋଇଛି
undefined

Supreme Court

Advertisment

କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ନାଗରିକତା ସଂଶୋଧନ ଆଇନ-ସିଏଏକୁ ଚ୍ୟାଲେଞ୍ଜ କରି ହୋଇଥିବା ୨୦୦ରୁ ଅଧିକ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଓ ଜଷ୍ଟିସ ଏସ୍. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୨୦ଟି ଆବେଦନର ଶୁଣାଣି କରିବେ। ନାଗରିକତା ସଂଶୋଧନ ଆଇନ ୨୦୧୯ ଡିସେମ୍ବର ୧୧ରେ ସଂସଦରେ ପାରିତ ହୋଇଥିଲା। ଏହାପରେ ସାରା ଦେଶରେ ସିଏଏ ବିରୋଧରେ ବିକ୍ଷୋଭ ପରିଦର୍ଶନ କରାଯାଇଥିଲା।

Advertisment

ଏହାସହ ସିଏଏକୁ ଚ୍ୟାଲେଞ୍ଜ କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ୨୦୧୯ ଡିସେମ୍ବର ୧୮ରେ ଶୁଣାଣି କରିଥିଲେ। ପରେ ଶେଷଥର ପାଇଁ ୨୦୨୧ ଜୁନ୍ ୧୫ରେ ଶୁଣାଣି ହୋଇଥିଲା। କେରଳର ଆଇୟୁଏମ୍ଏଲ୍,ଟିଏମସିର ମହୁଆ ମୈତ୍ର, କଂଗ୍ରେସର ଜୟରାମ ରମେଶ, ଏଆଇଏମଆଇଏମ୍‌ର ଅସଦୁଦ୍ଦିନ ଓେଓ୍ୱସୀ, କଂଗ୍ରେସ ନେତା ଦେବବ୍ରତ ସାଇକିଆ, ରିହାଇ ମଞ୍ଚ ଆଣ୍ଡ ସିଟିଜେନ୍ସ ଏଗେନେଷ୍ଟ ହେଟ୍, ଆସାମ ଆଡଭୋକେଟ ଆସୋସିଏସନ୍ ଓ କେତେକ ଛାତ୍ର ସଂଗଠନ ପକ୍ଷରୁ ଏହିସବୁ ଜନସ୍ବାର୍ଥ ମାମଲା କରାଯାଇଥିଲା।

୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ବିତାଡ଼ିତ ହୋଇ ଭାରତରେ ଆସି ଆଶ୍ରୟ ନେଇଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହି ଆଇନ ହୋଇଥିଲା। 

Advertisment
Supreme Court Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ