Advertisment

କମାଲ କଲେ ସୁପ୍ରିମକୋର୍ଟର ରାନ୍ଧୁଣିଆଙ୍କ ଝିଅ; ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ପାଇବେ ସ୍କଲାରସିପ୍

ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Daughter of SC cook felicitated by CJI

SC Cooks Daughter

ସୁପ୍ରିମକୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼। ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଜ୍ଞାଙ୍କ ବାପା ଅଜୟ କୁମାର ସାମଲ ସୁପ୍ରିମକୋର୍ଟରେ ରାନ୍ଧୁଣିଆ ଭାବେ କାର୍ଯ୍ୟ କରନ୍ତି।

Advertisment

କେବଳ ପ୍ରଧାନ ବିଚାରପତି ନୁହନ୍ତି, ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଞାଙ୍କ ସଫଳତା ପାଇଁ ପ୍ରଜ୍ଞା ଓ ତାଙ୍କର ବାପା ମାଆଙ୍କୁ ମଧ୍ୟ ସମର୍ଦ୍ଧନା ଜଣାଇଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ ପ୍ରଜ୍ଞାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଅବସରରେ ଚିଫ୍ ଜଷ୍ଟିସ୍ ପ୍ରଜ୍ଞାଙ୍କୁ ନିଜ ଦସ୍ତଖତରେ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ।

ସୁପ୍ରିମକୋର୍ଟର ଜଣେ କର୍ମଚାରୀଙ୍କ ଝିଅର ଏପରି ସଫଳତା ପାଇ ବେଶ୍‌ ଖୁସି ହୋଇ ଯାଇଥିଲେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ସିଂ। ଏହାପରେ ତାଙ୍କୁ କୋର୍ଟ ପରିସରକୁ ଡକାଇ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ସମ୍ମାନିତ କରିଛନ୍ତି।

Advertisment

ପ୍ରଜ୍ଞାଙ୍କୁ ପ୍ରଶଂସାରେ ପୋତି ପକାଇ ପ୍ରଧାନ ବିଚାରପତି କହିଛନ୍ତି, ଆପଣଙ୍କ ପାଖରେ କିଛି କରିବାର ଆଗ୍ରହ ଥିଲେ, ସଫଳତା ପାଇବାକୁ ତଥା ଶୀର୍ଷରେ ପହଞ୍ଚିବାରେ ଆପଣଙ୍କୁ କେହି ଅଟକାଇ ପାରିବେନି । ଏଥିନିମନ୍ତେ ଆପଣଙ୍କ ସମସ୍ତ ଆବଶ୍ୟକତା ବି ଆପେ ଆପେ ପୂରଣ ହୋଇଯିବ । ଆଇନ ପାଠ୍ୟକ୍ରମରେ ସଫଳତା ପାଇଁ ପ୍ରଜ୍ଞାଙ୍କୁ ଆମେରିକାର ୟୁନିଭରସିଟି ପକ୍ଷରୁ ସ୍କଲାରସିପ୍‌ ମିଳିବ। 

Supreme Court Scholarships Chief Justice
Advertisment
Advertisment