Advertisment

ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାରେ ପଡିଲା ପୂର୍ଣ୍ଣଛେଦ

ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Manoranjan Behera
Babri Masjid Demolition

Babri Masjid Demolition

ବାବରି ମସଜିଦ୍ ଭଙ୍ଗା ଘଟଣାକୁ ନେଇ ଥିବା ସମସ୍ତ ମାମଲାକୁ ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶ ସରକାର ସହ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଏହି ବିବାଦକୁ ନେଇ ରହିଥିବା ସମସ୍ତ ମାମଲା ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

Advertisment

କୋର୍ଟ କହିଛନ୍ତି ଯେ, ଗୁଜୁରାଟ ଦଙ୍ଗା ମାମଲାରେ ଦାଖଲ ହୋଇଥିବା ଅନେକ ପିଟିସନର ବର୍ତ୍ତମାନ କୌଣସି ଅର୍ଥ ନାହିଁ । ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଉ। ଗୁଜୁରାଟ ଦଙ୍ଗାର ୯ଟି ମାମଲା ମଧ୍ୟରୁ ୮ ଟିରେ ଶୁଣାଣି ଶେଷ ହୋଇଛି ବୋଲି କୋର୍ଟ କହିଛନ୍ତି। ଏହା ବ୍ୟତୀତ ବାବ୍ରି ମସଜିଦ ଭାଙ୍ଗିବା ସହ ଜଡିତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ କଲ୍ୟାଣ ସିଂହଙ୍କ ସମ୍ପୃକ୍ତି ଥିବା ଅଦାଲତ ଅବମାନନା ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୨ ମସିହାରେ ଘଟିଥିଲା ଏହି ଘଟଣା । ହିଂସାକାରୀ ଆସି ବାବରି ମସଜିଦକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ କୋର୍ଟରେ ଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏହା ପୂର୍ବରୁ ୨୦୦୨ରେ ଗୁଜରାଟ ଗୋଧ୍ରାରେ ଘଟିଥିବା ହିଂସା ଘଟଣାକୁ ନେଇ ବିଭିନ୍ନ କୋର୍ଟରେ ଥିବା ମାମଲାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ସମସ୍ତ ମାମଲାର ରାମ ଜନ୍ମଭୂମି-ବାବରି ମସଜିଦ ଘଟଣା ସହ ସମ୍ପର୍କ ରହିଛି । ୨୦୧୯ରେ ରାମ ଜନ୍ମଭୂମି ମାମଲାରେ ରାୟ ଆସିଥିବାବେଳେ ଏହି ମାମଲା ସହ ସମ୍ପର୍କ ଥିବା ଅନ୍ୟ ମାମଲାର ଗୁଡିକର ମଧ୍ୟ ଅନ୍ତ କରିଛନ୍ତି ସୁପ୍ରିମକୋର୍ଟ ।

Advertisment
Supreme Court Babri Masjid Demolition
Advertisment
Advertisment