Advertisment

RG Kar Verdict Announced: ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

କୋଲକାତା ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ସଂଜୟ ରୟକୁ ଆଜୀବନ ଜେଲ। କୋଲକତାର ସିଆଲଦା କୋର୍ଟ ପୂର୍ବରୁ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିସାରିଥିବା ବେଳେ ସୋମବାର ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
sanjay

sanjay

Advertisment

କୋଲକାତା ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମହତ୍ୟା ମାମଲାର ଦୋଷୀ ସଂଜୟ ରୟକୁ ଆଜୀବନ ଜେଲ। କୋଲକତାର ସିଆଲଦା କୋର୍ଟ ପୂର୍ବରୁ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିସାରିଥିବା ବେଳେ ସୋମବାର ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି। ଏହା ସହିତ ୫୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ କୋର୍ଟ ବିରଳରୁ ବିରଳତମ ଭାବେ ଅଭିହିତ କରିଥିଲେ। ବିଚାରପତି ସଜା ଶୁଣାଇବା ପୂର୍ବରୁ ତାକୁ ଫସାଇ ଦିଆଯାଇଥିବା ନେଇ କହିଥିଲେ ସଞ୍ଜୟ ରାୟ। ଏହା ସହିତ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଥିଲା। ଘଟଣାର ୬ ଘଣ୍ଟା ମଧ୍ୟରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା। ତେବେ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅନେକ ତ୍ରୁଟି କରିଥିବା ହୃଦୟଙ୍ଗମ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାଙ୍କ ପରିବାର ଲୋକ ମଧ୍ୟ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ଦାବି କରିଥିଲେ। ଏହାଦ୍ୱାରା ଘଟଣା ସହ ଜଡ଼ିତ ପ୍ରମାଣ କୌଣସି ପ୍ରକାରର ହେରଫେର ହେବନାହିଁ ବୋଲି ସେମାନେ ଦାବି କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରିଥିଲା।

Advertisment

କୋଲକାତା ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ସଞ୍ଜୟ ରୟକୁ ଜେରା କରିବା ମାତ୍ରେ ସେ ତା’ର ଅପରାଧକୁ ସ୍ୱୀକାର କରି ନେଇଥିଲା। ସେ କୌଣସି ପଶ୍ଚାତାପ କରି ନ ଥିଲା। ବେଧଡ଼କ ଅନ୍ଦାଜରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପୁଲିସ୍‌କୁ ସେ କହୁଥିବା ଶୁଣିବାକୁ ମିଳିଥିଲା।

ସଞ୍ଜୟର ମୋବାଇଲରେ ଅନେକ ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ମିଳିଥିଲା। ଘଟଣା ଦିନ ରାତିରେ ମଧ୍ୟ ସେ ପ୍ରଚୁର ମଦ ପିଇ ଅଶ୍ଳୀଳ ଭିଡିଓ ସବୁ ଦେଖିଥିଲା। ଏହାପରେ ହସ୍ପିଟାଲର ସେମିନାର ହଲକୁ ଯାଇ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ମାରି ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା।

Advertisment

କୋଲକାତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୂରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଥିଲା। ଏଥିପାଇଁ ସମସ୍ତ ମେଡିକାଲରେ OPD ସେବା ପ୍ରଭାବିତ ହୋଇଥିଲା।

ଅଧିକ ପଢ଼ନ୍ତୁ: କୋଲକାତା ଆରଜି କର ମେଡିକାଲର ୧୦ ଡାକ୍ତର ବହିଷ୍କୃତ

Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ