Advertisment

Himachal Samosa Controversy: ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଷ୍ଟାଫ୍‌ ଖାଇଦେଲେ ‘ସିଙ୍ଗଡ଼ା’, ଶେଷରେ କରିବାକୁ ପଡ଼ିଲା CID ଯାଞ୍ଚ

ହିମାଚଳ ପ୍ରଦେଶରେ ଥିବା କଂଗ୍ରେସ ସରକାରକୁ ଟାର୍ଗେଟ କରି ବିରୋଧୀ ବିଜେପି କହିଛି, ସୁଖୁ ସରକାର ରାଜ୍ୟର ବିକାଶ ପାଇଁ ଚିନ୍ତା କରୁନାହିଁ ବରଂ ଏହି ସରକାରର ଏକମାତ୍ର ଚିନ୍ତା ହେଉଛି ‘ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା’ ।

ଅଦ୍ୟତନ ହୋଇଛି
Himachal Samosa Controversy

କିଏ ଖାଇଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା

Advertisment

କୁଆଡ଼େ ଗଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସିଙ୍ଗଡ଼ା । ହିମାଚଳ ପ୍ରଦେଶରେ ଏବେ ସିଙ୍ଗଡ଼ାକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ରହିଛି । ଏମିତି କି ଏହି ମାମଲାର ତଦନ୍ତ ସିଆଇଡିକୁ କରିବାକୁ ପଡ଼ିଛି । ସୂଚନା ଅନୁସାରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପାଇଁ ପ୍ରସ୍ତୁତ ସିଙ୍ଗଡା ଏବଂ କେକ୍‌ ତାଙ୍କ ସୁରକ୍ଷା କର୍ମୀଙ୍କୁ ଦିଆଯାଇଥିଲା । ଯାହାକୁ ନେଇ ଏକ ବିବାଦ ଉପୁଜିଥିଲା । ସ୍ଥିତି ଏମିତି ହେଲା କି ବାଧ୍ୟ ହୋଇ ଏହି ମାମଲାର ତଦନ୍ତ ସିଆଇଡିକୁ କରିବାକୁ ପଡ଼ିଲା । ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଲା ତଦନ୍ତକାରୀ ସଂସ୍ଥା । ଅକ୍ଟୋବର ୨୧ରେ ଘଟିଥିବା ଏହି ଘଟଣାରେ ସିଆଇଡିରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ସିଆଇଡି ମୁଖ୍ୟାଳୟ ପରିଦର୍ଶନ ବେଳେ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଏଜେଣ୍ଡା ଅନୁଯାୟୀ କାର୍ଯ୍ୟ କରିଥିଲେ ।

Advertisment

ଏହି ଘଟଣାରେ ହିମାଚଳ ପ୍ରଦେଶରେ ଥିବା କଂଗ୍ରେସ ସରକାରକୁ ଟାର୍ଗେଟ କରି ବିରୋଧୀ ବିଜେପି କହିଛି, ସୁଖୁ ସରକାର ରାଜ୍ୟର ବିକାଶ ପାଇଁ ଚିନ୍ତା କରୁନାହିଁ ବରଂ ଏହି ସରକାରର ଏକମାତ୍ର ଚିନ୍ତା ହେଉଛି ‘ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା’ ।

ଅଧିକ ପଢ଼ନ୍ତୁ: ଭୁଲିଗଲେ ସୌଜନ୍ୟ ! ଧାରା ୩୭୦କୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା

ସୂଚନା ଅନୁସାରେ ଅକ୍ଟୋବର ୨୧ରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିମଲା ସ୍ଥିତ ସିଆଇଡି ହେଡକ୍ବାର୍ଟର ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଜଳଖିଆ ପାଇଁ ସିଙ୍ଗଡ଼ା ମଗାଯାଇଥିଲା । ଲକର ବଜାରସ୍ଥିତ ହୋଟେଲ ରେଡିସନ୍‌ ବ୍ଲୁରୁ ତିନୋଟି ବକ୍ସରେ ସିଙ୍ଗଡ଼ା ମଗାଯାଇଥିଲା । ତେବେ ଖାଇବାକୁ ଦେବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ସେସବୁ ତାଙ୍କ ସୁରକ୍ଷା କର୍ମୀଙ୍କୁ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଇଁ ସିଙ୍ଗଡ଼ା ନଥିବା ଦେଖିବା ପରେ ଏହାର ତଦନ୍ତ କରାଯାଇଥିଲା । ସିଆଇଡି ଘଟଣାର ତଦନ୍ତ କରିବା ସହ ଏହା ସରକାର ବିରୋଧୀ କାର୍ଯ୍ୟ ବୋଲି ରିପୋର୍ଟରେ ଦର୍ଶାଇଥିବା ସୂଚନା ମିଳିଛି ।

Advertisment

ରିପୋର୍ଟରେ କୁହାଯାଇଛି ଯେ ଜଣେ ଆଇଜି ରାଙ୍କର ଅଧିକାରୀ ଜଣେ ସବ୍-ଇନ୍ସପେକ୍ଟର (SI)ଙ୍କୁ ସିଏମ ପରିଦର୍ଶନ ପାଇଁ ହୋଟେଲରୁ କିଛି ଖାଦ୍ୟ ସାମଗ୍ରୀ ଆଣିବାକୁ କହିଥିଲେ । SI ପ୍ରତିବଦଳରେ ଏକ ଆସିଷ୍ଟାଣ୍ଟ SI (ASI) ଏବଂ ହେଡ୍ କନଷ୍ଟେବଳଙ୍କୁ ଜଳଖିଆ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ASI ଏବଂ ହେଡ୍ କନଷ୍ଟେବଳ ହୋଟେଲରୁ ତିନୋଟି ସିଲ୍ ବାକ୍ସରେ ଜଳଖିଆ ଆଣି SIଙ୍କୁ ଜଣାଇଥିଲେ ।

ପୋଲିସ ଅଧିକାରୀମାନେ ସେମାନଙ୍କ ବିବୃତ୍ତିରେ କହିଛନ୍ତି ଯେ ଯେତେବେଳେ ସେ ଡ୍ୟୁଟିରେ ଥିବା ପର୍ଯ୍ୟଟନ ବିଭାଗର କର୍ମଚାରୀଙ୍କୁ ପଚାରିଥିଲେ ଯେ ତିନିଟି ବାକ୍ସରେ ରଖାଯାଇଥିବା ସ୍ନାକ୍ସକୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ କି ନାହିଁ, ସେମାନେ କହିଥିଲେ ଯେ, ଏଗୁଡ଼ିକ ମେନୁରେ ଅନ୍ତର୍ଭୁକ୍ତ ନୁହେଁ ।

Advertisment

ଯାଞ୍ଚ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ତିନୋଟି ବାକ୍ସ ସିଙ୍ଗଡ଼ା ମୁଖ୍ୟମନ୍ତ୍ରୀ ସୁଖୁ ପାଇଁ ଉଦ୍ଦିଷ୍ଟ ବୋଲି କେବଳ SI ଜାଣିଥିଲେ । ତେବେ ଏହି ଖାଦ୍ୟ ସାମଗ୍ରୀ ଯେଉଁ ମହିଳା ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା । ସେ କୌଣସି ବରିଷ୍ଠ ଅଧିକାରୀଙ୍କ ପରାମର୍ଶ ନକରି ଆସିଥିବା ଟିଫିନ୍‌କୁ ମେକାନିକାଲ୍ ଟ୍ରାନ୍ସପୋର୍ଟ (MT) ବିଭାଗକୁ ପଠାଇଲେ । ଏହି ପ୍ରକ୍ରିୟାରେ, ତିନୋଟି ବାକ୍ସରେ ଆସିଥିବା ଖାଦ୍ୟ ସାମଗ୍ରୀ ଅନେକ ଲୋକଙ୍କ ହାତକୁ ଯାଇଥିଲା ।

କୌତୁହଳର ବିଷୟ ହେଉଛି, ସିଆଇଡି ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କ ବିବୃତ୍ତିରେ କହିଛନ୍ତି, ଯାଞ୍ଚ ରିପୋର୍ଟରେ ନାମିତ ସମସ୍ତ ବ୍ୟକ୍ତି ସରକାରୀ ବିରୋଧି କାମ କରିଛନ୍ତି । ଯେଉଁଥିପାଇଁ ଖାଦ୍ୟ ସାମଗ୍ରୀ VVIPଙ୍କୁ ଦିଆଯାଇପାରିଲା ନାହିଁ । ତେବେ ହିମାଚଳରେ ସିଙ୍ଗଡ଼ାକୁ ନେଇ ହୋଇଥିବା ବିବାଦ ବିରୋଧି ଦଳ ବିଜେପିକୁ ସୁଖୁ ସରକାରକୁ ଟାର୍ଗେଟ କରିବାର ସୁଯୋଗ ଦେଇଛି । ବିଜେପି ମୁଖ୍ୟ ମୁଖପାତ୍ର ରଣଧୀର ଶର୍ମା ଗୁରୁବାର ପ୍ରକାଶିତ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟର ବିକାଶକୁ ନେଇ ରାଜ୍ୟ ସରକାର ଚିନ୍ତିତ ନୁହଁନ୍ତି ଏବଂ ଏହାର ଏକମାତ୍ର ଚିନ୍ତା ହେଉଛି 'ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା' ।

ଅଧିକ ପଢ଼ନ୍ତୁ: Sharad Pawar: ରାଜନୀତିରୁ ସନ୍ୟାସ ନେବେ ଶରଦ ପାୱାର ! କହିଲେ...

BJP Congress Chief Minister Himachal Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ