Advertisment

ଆର୍ୟନ ମାମଲାର ତଦନ୍ତ, ଗେଟ୍‌ ଆଉଟ୍‌ ହେଲେ ୱାଙ୍ଖେଡ୍‌

ଓ୍ୱାଙ୍ଖଡେଙ୍କୁ ହଟାଇବା ପରେ ଏହି ମାମଲାର ତଦନ୍ତ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ୍ ଦିଲ୍ଲୀ ଏନ୍ସିବିର ଟିମ କରିବ ଏନ୍ସିବି ଅଧିକାରୀ ସଂଜୟ ସିଂହଙ୍କ ନେତୃତ୍ୱରେ ଏସ୍ଆଇଟିକୁ ଏହି ମାମଲା ପ୍ରଦାନ କରାଯାଇଛି

author-image
Sarbeswar
Sameer Wankhede

Sameer Wankhede

ମୁମ୍ବାଇ: ଶାହରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନ୍ କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାର ତଦନ୍ତରୁ ହଟିଲେ ବିବାଦୀୟ ଏନସିବି ଅଫିସର ସମୀର ଓ୍ୱାଙ୍ଖଡେ। ମାମଲାର ତଦନ୍ତରେ ତାଙ୍କ ଭୂମିକାକୁ ନେଇ ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ ପ୍ରଶ୍ନ ଉଠାଇଥିଲେ। କିଛି ଅଭିଯୁକ୍ତଙ୍କୁ ଛାଡି ଦେବା, ବଲିଉଡରୁ ଚାନ୍ଦା ଆନ୍ଦାୟ, ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ କରିବା ଭଳି ତାଙ୍କ ନାଁରେ ଏକାଧିକ ଅଭିଯୋଗ ଆସିଥିଲା।

Advertisment

ଏହା ସହ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ସମୀର ଓ୍ୱାଙ୍ଖଡେଙ୍କ ଉପରେ ୮ କୋଟି ଟଙ୍କା ଲାଂଚର ଅଭିଯୋଗ ଆସିଥିଲା। ଜାଲ ଜାତିଗତ ପ୍ରମାଣପତ୍ର ମାମଲାରେ ଜାତୀୟ ଏସସି କମିଶନ ତାଙ୍କୁ କ୍ଲିନଚିଟ୍ ପ୍ରଦାନ କରିଥିଲେ। ଏହାସତ୍ତ୍ୱେ ତାଙ୍କୁ ତଦନ୍ତରୁ ହଟାଇ ଦିଆଯାଇଛି। ଓ୍ୱାଙ୍ଖଡେଙ୍କୁ ହଟାଇବା ପରେ ଏହି ମାମଲାର ତଦନ୍ତ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ୍ ଦିଲ୍ଲୀ ଏନ୍ସିବିର ଟିମ କରିବ ଏନ୍ସିବି ଅଧିକାରୀ ସଂଜୟ ସିଂହଙ୍କ ନେତୃତ୍ୱରେ ଏସ୍ଆଇଟିକୁ ଏହି ମାମଲା ପ୍ରଦାନ କରାଯାଇଛି। ସମୀର ଓ୍ୱାଙ୍ଖଡେ ମୁମ୍ବାଇ ଜୋନାଲ ଡିରେର ପଦବୀରେ ରହିବେ ବୋଲି ଜଣାପଡ଼ିଛି।

Advertisment

ଏନସିପି ନେତା ନଓ୍ୱାବ ମଲ୍ଲିକଙ୍କ ଅଭିଯୋଗ ପରେ ଆର୍ୟନ ଖାନ ମାମଲା ସହ ନଓ୍ୱାବ ମଲ୍ଲିକଙ୍କ ଜ୍ୱାଇଁ ସମୀର ଖାନ ମାମଲାର ତଦନ୍ତ ଏନ୍ସିବିର କେନ୍ଦ୍ରୀୟ SIT ଦ୍ୱାରା କରିବାକୁ କୋର୍ଟରେ ଆବେଦନ କରିଥିଲେ ସମୀର ଓ୍ୱାଙ୍ଖଡେ। ତାଙ୍କୁ ପଦରୁ ହଟାଯାଇନାହିଁ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ମୁମ୍ବାଇ ଏନ୍ସିବି ଜୋନାଲ ଡିରେର ସମୀର ଓ୍ୱାଙ୍ଖଡେ। ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିକୁ ନେଇ ଗତ ମାସ ୩ ତାରିଖରେ ଏନ୍ସିବି ଆଯର୍ୟନଙ୍କ ସମେତ ୧୮ ଜଣଙ୍କୁ ଗିରଫ କରିଥିଲା ଏନ୍ସିବି।

NCB Sameer Wankhede
Advertisment
Advertisment