• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଆଉ ଖୋଲାରେ ମିଳିବନି ସିଗାରେଟ୍ । ଷ୍ଟାଣ୍ଡିଂ କମିଟିର ସୁପାରିଶ ପରେ ସଂସଦରେ ଏନେଇ ପ୍ରସ୍ତାବ ଆଗତ କରାଯିବ । ସଂସଦରେ ପାରିତ ହେବା ପରେ ଖୋଲାରେ ସିଗାରେଟ୍ ବିକ୍ରି ଉପରେ ଲାଗିପାରେ ପ୍ରତିବନ୍ଧକ । ଏନେଇ ଗ୍ରୀନ୍‌ ସିଗ୍‌ନାଲ ମଧ୍ୟ ମିଳିସାରିଛି । ଖୋଲାରେ ସିଗାରେଟ୍ ମିଳିବନି ଅର୍ଥାତ୍ ଏଣିକି କୌଣସି ଦୋକାନୀ ଗୋଟିକିଆ ସିଗାରେଟ୍‌ ବିକ୍ରି କରିପାରିବେ ନାହିଁ । ଯିଏ ବି କିଣିବେ ବା ବିକିବେ ଏକାଥରକେ ଫୁଲ୍ ପ୍ୟାକେଟ୍ ।

ବିଭିନ୍ନ ରିପୋର୍ଟ ଅନୁସାରେ, ସଂସଦର ଷ୍ଟାଣ୍ଡିଂ କମିଟି ଟବାକୋ ବ୍ୟବହାର କମ୍‌ କରିବା ପାଇଁ ଖୁବ୍‌ଶୀଘ୍ର ଏଭଳି ଏକ ପ୍ରସ୍ତାବ ରଖିବାକୁ ଯାଉଛି । ଏଥିରେ ଗୋଟିକିଆ ସିଗାରେଟ୍‌ ବିକ୍ରି ଏବଂ ଉତ୍ପାଦନ ଉପରେ ରୋକ ଲାଗିବାର ସମ୍ଭାବନା ରହିଛି । ସିଗାରେଟ୍ ସ୍ମୋକିଂ ଦ୍ୱାରା ଶରୀର ଭିତରକୁ ଅଧିକ ଟବାକୋ ଯାଉଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନୀକାରକ । ତେବେ ଷ୍ଟାଣ୍ଡିଂ କମିଟିର ଏଭଳି ପ୍ରସ୍ତାବ ଦ୍ୱାରା ଟବାକୋ ବ୍ୟବହାର ଅପେକ୍ଷାକୃତ କମ୍ ହେବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: ଏମିତି ମନ୍ଦିର ଯେଉଁଠି ଭୋଗ ହୁଏ ମଦ ଓ ସିଗାରେଟ୍

ପ୍ରାୟ ତିନି ବର୍ଷ ପୂର୍ବରୁ ଇ-ସିଗାରେଟ୍‌ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇସାରିଛନ୍ତି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । 

ବର୍ତ୍ତମାନର ଟିକସ ନିୟମ ଅନୁଯାୟୀ, ଭାରତ ସରକାର ସିଗାରେଟ୍ ଉପରେ ୫୩ ପ୍ରତିଶତ GST ନେଉଛନ୍ତି । ୨୨ ପ୍ରତିଶତ GST ବିଡ଼ି ପରେ ନେଉଛନ୍ତି । ଖାଲି ସେତିକି ନୁହେଁ ସ୍ମୋକ୍‌ ଲେସ୍‌ ଟବାକୋ ଉପରେ ୬୦ ପ୍ରତିଶତ GST ନେଉଛନ୍ତି ଭାରତ ସରକାର ।

ଷ୍ଟାଣ୍ଡିଂ କମିଟି ଏହା ମଧ୍ୟ କହିଛି ଯେ, ସିଗାରେଟ୍ ତଥା ଟବାକୋ ବ୍ୟବହାର ଉପରେ ଯେତେବେଳେ GST ଲାଗୁ କରାଗଲା, ସେବେଠାରୁ ଏହାର ବ୍ୟବହାର କିଛି ମାତ୍ରରେ କମ୍ ହୋଇଥିବା ରିପୋର୍ଟ ରହିଛି । ଆଲକୋହଲ ଏବଂ ଟବାକୋ କ୍ୟାନ୍‌ସରର ମୂଳ କାରଣ ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଇଛି ଷ୍ଟାଣ୍ଡିଂ କମିଟି । WHOର ପ୍ରସ୍ତାବ ଅନୁସାରେ ଆଗାମୀ ଦିନରେ ଭାରତ ସରକାର ଟବାକୋ ବ୍ୟବହାର ଉପରେ ୭୫ ପ୍ରତିଶତ GST ଲାଗୁ କରିବାର ସମ୍ଭାବନା ରହିଛି ।