/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665576291.jpg)
Delhi womens panel chief, Sajid Khan
ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ଆଣିଲେ ସଙ୍ଗୀନ ଅଭିଯୋଗ । ନିକଟରେ କଲର୍ସ ଚ୍ୟାନେଲ୍ର ପପୁଲାର୍ ସୋ’ ବିଗ ବସ୍ ସିଜିନ୍ ୧୬ ଆରମ୍ଭ ହୋଇଛି । ଏହି ସୋ’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ଖାନ୍ । ସେବେଠୁ ତାଙ୍କୁ ନେଇ ଆରମ୍ଭ ହୋଇଛି ଝଡ । ବିଭିନ୍ନ ମହଲରୁ ସାଜିଦ ଖାନଙ୍କୁ ବିରୋଧ କରାଯାଉଛି । ଏପରିକି ନିକଟରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ସାଜିଦ ଖାନ୍ଙ୍କୁ ସୋ’ରୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଏହାପର ଠାରୁ କୁଆଡେ ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଦୁଷ୍କର୍ମ ଧମକ ମିଳୁଥିବା ଅଭିଯୋଗ ହୋଇଛି ।
ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ଇନଷ୍ଟାଗ୍ରାମରେ ଦୁଷ୍କର୍ମ ଧମକ ମିଳିଛି। ମାଲିୱାଲଙ୍କୁ ଦୁଇଟି ଅଲଗା ଅଲଗା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଧମକ ମିଳିଥିବାର ସୂଚନା ମିଳିଛି । ସେହି ଦୁଇ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସ୍ୱାତୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦୁଷ୍କର୍ମ କରିବା ନେଇ ଧମକ ଦେଉଛନ୍ତି । ଏନେଇ ସ୍ୱାତୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।
ସ୍ୱାତୀ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଦୁଇଟି ଯାକ ଧମକପୂର୍ଣ୍ଣ ମେସେଜର ଫଟୋ ବି ଶେୟାର କରିଛନ୍ତି । ସେ ସେହି ପୋଷ୍ଟରେ ଲେଖିଛନ୍ତି, ଯେବେଠାରୁ ସେ ସାଜିଦ ଖାନଙ୍କୁ ବିଗ ବସ୍ରୁ ବାହାର କରିବା ନେଇ ଚିଠି ଲେଖିଛନ୍ତି ସେବେଠାରୁ ତାଙ୍କୁ ଏଭଳି ଧମକପୂର୍ଣ୍ଣ ମେସେଜ ମିଳୁଛି ।
जब से #SajidKhan को Big Boss से बाहर करने के लिए I&B मंत्री को चिट्ठी लिखी है, तबसे मुझे इंस्टाग्राम पर रेप की धमकी दी जा रही है। ज़ाहिर है ये हमारा काम रोकना चाहते हैं। दिल्ली पुलिस को शिकायत दे रही हूं। FIR दर्ज करें और जाँच करें। जो लोग भी इनके पीछे है उनको अरेस्ट करें! pic.twitter.com/8YBq5oJ5TV
— Swati Maliwal (@SwatiJaiHind) October 12, 2022
‘ମିଠୁ’ ଅଭିଯାନ ବେଳେ ୨୦୧୮ରେ ସାଜିଦ ଖାନଙ୍କ ବିରୋଧରେ ଫିଲ୍ମ ଇଣ୍ଡଷ୍ଟ୍ରିଜର ୧୦ରୁ ଅଧିକ ମହିଳା ସେକ୍ସୁଆଲ ହାରାସମେଣ୍ଟ ଅଭିଯୋଗ ଆଣିଥିଲେ । ଏହା ପରେ ସାଜିଦଙ୍କୁ ଏକ ବର୍ଷ ପାଇଁ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନର ଡାଇରେକ୍ଟର୍ସ ଆସୋସିଏସନ୍ ଦ୍ୱାରା ନିଲମ୍ବିତ ମଧ୍ୟ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)