• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଗର : ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ୍ । ତିଆରି କଲେ ନିଆରା ଇଲେକ୍ଟ୍ରିକ୍ ଜିପ୍ । ଜିପ୍‌ଟି ୫ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏକ ଭିଣ୍ଟେଜ୍ ଲୁକ୍ ଦିଆଯାଇଛି । ମଧ୍ୟପ୍ରଦେଶର ସାଗରର ଜଣେ ଇଞ୍ଜିନିୟରିଂ ଛାତ୍ର ‘Four Wheeler of future’ ର ଏକ ମଡେଲ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ଗାଡ଼ିର ବିଶେଷତ୍ୱ ​​ହେଉଛି ମାତ୍ର ୩୦ ଟଙ୍କାରେ ୧୮୫ କିଲୋମିଟର ଚାଲିପାରିବ । ଆଉ ଏହି ଗାଡ଼ି ପାଇଁ ବ୍ୟବହୃତ ହେଉଥିବା ବ୍ୟାଟେରୀ ପ୍ରାୟ ୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହେବ ।

ମକରୋନିଆର ନିବାସୀ ହିମାଂସୁ ଭୋଇ ପଟେଲ । ସେ ବର୍ତ୍ତମାନ ଗୁଜୁରାଟର ଗାନ୍ଧିନଗରରେ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ୁଥିବା ବେଳେ ପରିବେଶ ଉପରେ ଅଧିକ ପ୍ରଭାବ ପଡ଼ୁଛି । ଆଉ ଏହାକୁ ଧ୍ୟାନରେ ରଖି ଏହି ବୈଦୁତିକ କାର୍ ତିଆରି କରିଥିବା ସେ କହିଛନ୍ତି । ଇଲେକ୍ଟ୍ରିକ୍ ଜିପକୁ ସ୍ୱତନ୍ନ ଭାବେ ଡିଜାଇନ୍ କରାଯାଇଛି । ବ୍ୟାଟେରୀ ସହିତ ଚାଲିବା ସହ ଏହା ସ୍ୱୟଂଚାଳିତ ଭାବେ ଚାର୍ଜ ହୋଇପାରିବ । ଥରେ ମାତ୍ର ଚାର୍ଜ କଲେ ୧୮୫ କିଲୋମିଟର ଚାଲିବ ଏହି ଗାଡ଼ି । ଆଉ ଏହି ଚାର୍ଜିଂର ମୂଲ୍ୟ ମାତ୍ର ୩୦ ଟଙ୍କା । ଏହି କାର ତିଆରି କରିବା ପାଇଁ ଛାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ସଂପୃକ୍ତ ଛାତ୍ର ଜଣକ ।

ଆଧୁନିକ ଯାନ ଭଳି ଜିପ୍‌କୁ ତିଆରି କରାଯାଇଛି । ଅନ୍ୟ ଗାଡ଼ି ଗୁଡ଼ିକ ପରି ଗାଡ଼ି ମଧ୍ୟ ରିମୋଟରେ ଚାଲେ । ଏହାର ସ୍ପିଡୋ ମିଟର ସ୍ପିଡ୍ ସହ ବ୍ୟାଟେରୀ ପାୱାର ମଧ୍ୟ ଦେଖାଇଥାଏ । ତିନି-ଚାରି ଘଣ୍ଟା ମଧ୍ୟରେ ଗାଡ଼ିକୁ ଚାର୍ଜ କରିବା ପାଇଁ ଏକ ଫାଷ୍ଟ ଚାର୍ଜର ଲଗାଯାଇଛି । ଏହି ଗାଡ଼ିଟି ମାତ୍ରୟ ୧ ଘଣ୍ଟାରେ ୫୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ । ଏଥିରେ ରିଭର୍ସ ମୋଡ୍ ପାଇଁ ଅଲଗା ବଟନ୍ ଅଛି ।

ଅନ୍ୟପଟେ କାର ଚୋରି ନହେବା ପାଇଁ ମଧ୍ୟ ଏକ ଆଲାର୍ମ ବଟନ୍ ରହିଛି । ଏହା ବ୍ୟତୀତ ଏଥିରେ ଏମସିବି ବାକ୍ସର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାଫଳରେ ଗାଡ଼ିରେ କୌଣସି ଦୋଷତ୍ରୁଟି ଆସିଲେ ତୁରନ୍ତ ଚିହ୍ନଟ ହୋଇପାରିବ । ହିମାଂସୁ ଏହି ଗାଡିର ବୋନେଟ୍ ତଳେ ସିଟ୍ ତଳେ ବ୍ୟାଟେରୀ ଲଗାଇଛନ୍ତି । ଗାଡିରେ ଲାଗିଥିବା ମିରର୍ ଗୁଡ଼ିକ ଫୋଲ୍ଡିଂ କରାଯାଇଛି । ଏହାକୁ ଚାହିଁଲେ ଖୋଲି ହେବ ଓ ବନ୍ଦ କରିହେବ । ତେବେ ଅଟୋମୋବାଇଲ୍ କମ୍ପାନୀଗୁଡିକୁ ଏହି ଜିପ୍ ପସନ୍ଦ ଆସିଲେ ବୈଦୁତିକ ଯାନର ବଜାରରେ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି ।