• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାଇରାଲ ହେଉଛି ସଚିନ୍‌ଙ୍କ ଭିଡିଓ । ଭିଡିଓରେ ସଚିନ୍‌ ତାଙ୍କ ଫ୍ୟାନ୍ସଙ୍କ ସହ ମିଠା ମିଠା କଥା ହେଉଥିବା ଦେଖିବାକୁ ମିଳୁଛି । ତହା ସହିତ ନିଜ ଗାଡ଼ି ଅଟକାଇ ତାଙ୍କ ସହ ଅନେକ କଥା ହେଉଛନ୍ତି ସଚିନ୍‌ । ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର କାର୍‌ରେ ଆସୁଛନ୍ତି । ଆଉ କାର୍‌ ଆଗରେ ଜଣେ ଯୁବକ ଟିମ୍‌ ଇଣ୍ଡିଆର ଜର୍ସି ପିନ୍ଧି ବାଇକ୍‌ରେ ଯାଉଛନ୍ତି ।

ସେହି ସମୟରେ କାର୍‌ ଅଟକାଇ ସଚିନ୍‌ ଯୁବକଙ୍କୁ ଅଟକାଉଛନ୍ତି । ଆଉ ଏୟାରପୋର୍ଟ କେଉଁଠି ବୋଲି ମିଛରେ ପ୍ରଶ୍ନ କରୁଛନ୍ତି । ହେଲେ ଯୁବକ ଜଣକ ସଚିନ୍‌ଙ୍କୁ ଏତେ ପାଖରେ ଦେଖି ଆଶ୍ଚର୍ଯ୍ୟ ହେବା ସହ ନମସ୍କାର କରୁଛନ୍ତି । ପରେ ପରେ ସଚିନ୍‌ ତାଙ୍କୁ କେମିତି ଅଛ ବୋଲି ପଚାରୁଛନ୍ତି ? ସଚିନ୍‌ଙ୍କ ଠାରୁ ଏପରି ପ୍ରଶ୍ନ ଶୁଣିବା ପରେ ଯୁବକ ଜଣକ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ସହିତ ତାଙ୍କ ସହ ହାତ ମେଳାଉଛନ୍ତି ।

ପରେ ପରେ ଯୁବକ ଜଣକ ତାଙ୍କୁ କିଛି ମନେପକାଇବାକୁ ଚେଷ୍ଟା କରୁଛନ୍ତି ଆଉ କିଛି ଫଟୋ ମଧ୍ୟ ସଚିନଙ୍କୁ ଦେଖାଉଛନ୍ତି । ସଚିନ୍‌ ଫଟୋଗୁଡ଼ିକୁ ଦେଖି ବେଶ୍‌ ପ୍ରଶଂସା କରିବା ସହିତ ଖୁବ୍‌ ଖୁସି ମଧ୍ୟ ହେଉଛନ୍ତି । ପରେ ପରେ ଯୁବକଙ୍କୁ ନିଜର ସୁରକ୍ଷା ପ୍ରତି ସଚେତନ କରାଉଛନ୍ତି । ସଚିନ୍‌ ତାଙ୍କୁ ହେଲମେଣ୍ଟ ପିନ୍ଧିବାକୁ କହିବା ସହ ନିଜେ କାର୍‌ରେ ସିଟ୍‌ବେଲ୍ଟ ପିନ୍ଧୁଥିବା ସେ କହୁଛନ୍ତି ।

ପରେ ଯୁବକଙ୍କ ଡାଏରୀରେ ଅଟୋଗ୍ରାଫ୍‌ ଦେଉଛନ୍ତି ସଚିନ୍‌ । ସଚିନ୍‌ଙ୍କ ଠାରୁ ଅଟୋଗ୍ରାଫ୍‌ ନେବା ପରେ ବହୁତ ଖୁସି ହୋଇ ତାଙ୍କୁ ବିଦାୟ ଦେଉଛନ୍ତି । ଶେଷରେ ଉଭୟଙ୍କ ବାର୍ତ୍ତାଳପ ଜୟ ହିନ୍ଦରେ ଶେଷ ହେଉଛି ।

ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ଫେବ୍ରୁଆରୀ ୧ ତାରିଖ ଅର୍ଥାତ୍‌ ଏଇ ମାତ୍ର ୨୧ ଘଣ୍ଟା ପୂର୍ବରୁ ସଚିନ୍‌ ନିଜେ ପୋଷ୍ଟ କରିଛନ୍ତି । ଯାହାକି ଖୁବ୍‌ ଭାଇରାଲ ହେବା ସହ ୧ ମିଲିୟନ୍‌ରୁ ଅଧିକ ୟୁଜର୍ସ ଦେଖିସାରିଲେଣି । ବହୁଲୋକ ଏହି ପୋଷ୍ଟରେ ନିଜର ମତାମତ ମଧ୍ୟ ଦେଇଛନ୍ତି ।