Advertisment

Delhi Assembly Election: ଦିଲ୍ଲୀ ନିର୍ବାଚନ: ବିଜେପି ମାଡ଼ରେ କଂଗ୍ରେସ ଚି‌ତ୍‌ପଟାଙ୍ଗ

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ୪୨ଟିରେ ଲିଡ୍‌ କରୁଥିବା ବେଳେ ଆପ୍‌ ୨୮ଟି ଆସନରେ ଆଗରେ ରହିଛି। ସେହିପରି ୨୦୧୫ ଓ ୨୦୨୦ରେ ଖାତା ଖୋଲି ପାରି ନଥିବା କଂଗ୍ରେସ ଏଥର ବି ଚିତପଟାଙ୍ଗ ମାରିଛି।

ଅଦ୍ୟତନ ହୋଇଛି
Congress

Congress

Advertisment

କିଏ ଗଢ଼ିବ ଦିଲ୍ଲୀରେ ସରକାର। କିଏ ଜିତିବ ଦିଲ୍ଲୀର ଦିଲ୍‌। ଦିଲ୍ଲୀ ଭୋଟ ଗଣତି ଓ ଫଳଫଳ ଉପରେ ରହିଛି ସାରା ଦେଶର ନଜର। ଏସବୁ ଚର୍ଚ୍ଚା ଭିତରେ ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି।

Advertisment

ଦିଲ୍ଲୀରେ ଚିତପଟାଙ୍ଗ ମାରିଛି କଂଗ୍ରେସ। କଂଗ୍ରେସ ଗୋଟିଏ ଆସନ ବି ହାତେଇ ପାରି ନାହିଁ। ଭୋଟ ଗଣତି ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଯାଦବ ବାଦଲି ଆସନରେ ଆଗେଇ ଚାଲିଥିଲେ। ଏବେ ସେ ପଛୁଆ ରହିଛନ୍ତି। କଂଗ୍ରେସରେ ‌ଆଉ କେଉଁ ପ୍ରାର୍ଥୀ ବି କେଉଁ ଆସନରୁ ଖାତା ଖୋଲି ନାହାନ୍ତି।

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ୪୨ଟିରେ ଲିଡ୍‌ କରୁଥିବା ବେଳେ ଆପ୍‌ ୨୮ଟି ଆସନରେ ଆଗରେ ରହିଛି। ସେହିପରି ୨୦୧୫ ଓ ୨୦୨୦ରେ ଖାତା ଖୋଲି ପାରି ନଥିବା କଂଗ୍ରେସ ଏଥର ବି ଚିତପଟାଙ୍ଗ ମାରିଛି। 

Advertisment

ଦିଲ୍ଲୀ ଦଙ୍ଗଲରେ ଗତଥର ଭଳି ଏଥର ବି କଂଗ୍ରେସ୍ ଖାତା ଖୋଲିବା ସମ୍ଭାବନା କ୍ଷୀଣ ବୋଲି  ଏକଜିଟ୍‌ ପୋଲରୁ ଆକଳନ କରାଯାଇଥିଲା। 

ସୂଚନାଯୋଗ୍ୟ, ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିଥିଲେ ୧.୫୫ କୋଟି ଭୋଟର୍। ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୬୯୯ ଜଣ ପ୍ରାର୍ଥୀ।।

Advertisment

ଅଧିକ ପଢନ୍ତୁ: Delhi Assembly Election: ସତ ହେଲା ଏକଜିଟ୍ ପୋଲ ? ବିପୁଳ ବିଜୟ ପଥେ ବିଜେପି

BJP Congress Delhi Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ