Astrospeak
  • Live TV
  • Read In English

Falaknuma Express Train Incident: ଫାଲକନାମା ଏକ୍ସପ୍ରେସ ଟ୍ରେନ ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ଘଟିଲା ଏମିତି, ଭୟଭୀତ ହୋଇଗଲେ ଯାତ୍ରୀ

ଦୁଇଟି ବଗି ସେଠାରେ ଅଲଗା ହୋଇଯାଇଥିବା ବେଳେ ଟ୍ରେନଟି ଆଗକୁ ଚାଲିଯାଇଥିଲା । ସେହି ବଗି ଓ ପାଖ ବଗିରେ ଥିବା ଯାତ୍ରୀମାନେ କେହି କିଛି ବୁଝିପାରିନଥିଲେ । ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହେବା ପରେ କିଛି ବାଟ ରେଳଧାରଣାରେ ଆଗକୁ ଯାଇ ଅଟକିଯାଇଥିଲା । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । କିନ୍ତୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।

Train
ଟ୍ରେନ୍

ଓଡ଼ିଶା ଅଭିମୁଖେ ଆସୁଥିବା ଫଲକନାମା ସୁପରଫାଷ୍ଟ ଏକ୍ସପ୍ରେସ ଆଜି ଅଧାବାଟରେ ହଠାତ୍ ଦୁଇଫାଳ ହୋଇଯାଇଥିଲା । ଗତକାଲି ଅପରାହ୍ନରେ ସିକନ୍ଦରାବାଦ ଷ୍ଟେସନ ଛାଡିଥିଲା । ଏହି ଟ୍ରେନ୍ ଆଜି ସକାଳେ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣା ରେଳଷ୍ଟେସନରେ ପହଞ୍ଚିଥିଲା ଓ ଛାଡିଥିଲା ମଧ୍ୟ । କୋଲକାତା ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପଲାସା ନିକଟସ୍ଥ ସୁମାଦେବୀ ନିକଟରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା ।

ଦୁଇଟି ବଗି ସେଠାରେ ଅଲଗା ହୋଇଯାଇଥିବା ବେଳେ ଟ୍ରେନଟି ଆଗକୁ ଚାଲିଯାଇଥିଲା । ସେହି ବଗି ଓ ପାଖ ବଗିରେ ଥିବା ଯାତ୍ରୀମାନେ କେହି କିଛି ବୁଝିପାରିନଥିଲେ । ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହେବା ପରେ କିଛି ବାଟ ରେଳଧାରଣାରେ ଆଗକୁ ଯାଇ ଅଟକିଯାଇଥିଲା । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । କିନ୍ତୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ସୂଚନା ପାଇ ଲୋକୋ ପାଇଲଟ୍ ତୁରନ୍ତ ଟ୍ରେନକୁ ଅଟକାଇଥିଲେ ।

ଅଧିକ ପଢ଼ନ୍ତୁ: ଭାରତର ଏହି ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି-ବ୍ରିଜ୍, ଉପରେ ଯିବ ହାଇସ୍ପିଡ୍ ଟ୍ରେନ୍, ତଳେ ଯିବ ଜାହାଜ

ରେଳ କର୍ମଚାରୀମାନେ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବା ସହ ଏସି ବଗିଗୁଡିକୁ ଟ୍ରେନ୍ ସହ ଯୋଡିଥିଲେ । ପରେ ଟ୍ରେନଟି ୪ ଘଣ୍ଟା ବିଳମ୍ୱରେ ଯାତ୍ରା ଆରମ୍ଭ କରିଥିଲା । ଭୁବନେଶ୍ୱର ଷ୍ଟେସନରେ ୪ ଘଣ୍ଟା ବିଳମ୍ୱରେ ପହଞ୍ଚିଥିଲା ଟ୍ରେନ୍ । ଏବେ ୫ ଘଣ୍ଟା ବିଳମ୍ୱରେ ଚାଲୁଛି ।

ଏହି ମରାମତି ସମୟରେ ବ୍ରହ୍ମପୁର ଓ ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା । ଏହି କାରଣରୁ ଏହି ଲାଇନରେ ବହୁ ଟ୍ରେନ ଆଜି ବିଳମ୍ୱରେ ଚାଲୁଛି । ଏହି ଟ୍ରେନରେ ଓଡ଼ିଶାର ବହୁ ଯାତ୍ରୀ ଥିଲେ । ଅନେକ ଟ୍ରେନର ଛାଡିବା ବା ଡେପାର୍ଚର୍ ସମୟରେ ମଧ୍ୟ ବିଳମ୍ୱ ହୋଇଛି । କାହିଁକି ଟ୍ରେନ ଅଲଗା ହୋଇଗଲା, ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳବାଇ ଡିଆରଏମ୍ । ଏହି ଘଟଣାର ତଦନ୍ତ ଏବେ ଚାଲିଛି ।

ଅଧିକ ପଢ଼ନ୍ତୁ:  ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ହାରିଲେ ଜୀବନ