Advertisment

ପୁଣି ଭୟଙ୍କର ସ୍ଥିତି ! ଉତ୍ତରାଖଣ୍ଡରେ ଭୁସ୍ଖଳନ-ତ୍ରିପୁରାରେ ବନ୍ୟା...

ଭୁସ୍କଳନ ଯୋଗୁଁ ଏହି ରାସ୍ତାରେ ୟାତାୟତ ନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।

ଅଦ୍ୟତନ ହୋଇଛି
Four Nepali labourers killed in landslide in Uttarakhand

Uttarakhand Landslide

Advertisment

ଉତ୍ତରାଖଣ୍ଡର ଖାଟ ଗେଦେରା ସଂଲଗ୍ନ ହେଲିପ୍ୟାଡ ନିକଟରେ ଭୁସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ ୪ ନେପାଳୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ସମସ୍ତ ପର୍ଯ୍ୟଟକଙ୍କ ମୃତ ଦେହକୁ ଉଦ୍ଧାର କରି ଉତ୍ତରାଖଣ୍ଡ ଜିଲ୍ଲା ପ୍ରଶମନ ବିଭାଗ ରୁଦ୍ରପ୍ରୟାଗକୁ ଆଣିଛି। ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ପରେ ଏହି ୪ ପର୍ଯ୍ୟଟକ ମାଟି ତଲେ ଚାପି ହୋଇ ଯାଇଥିଲେ।

Advertisment

ଏନେଇ ଖବର ପାଇବାପରେ SDRF ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ସହ ୪ ଜଣଙ୍କ ମୃତ ଦେହକୁ ଠାବ କରିଛି। ସେପଟେ ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡ ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି। ଭୁସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ବଡ଼ ବଡ଼ ପଥର ସହ ମାଟି ଜମି ରହିଛି। ନନ୍ଦପ୍ରୟାଗ, ଚିହିଙ୍କା, ଗୁଲାବକୋଟି ଏବଂ ପାଙ୍ଗାନାଲା ଓ କାଞ୍ଚନାଲାରେ ଯାତ୍ରାୟତ ସଂପୂର୍ଣ୍ଣ ବନ୍ଦ ରହିଛି।  ଭୁସ୍କଳନ ଯୋଗୁଁ ଏହି ରାସ୍ତାରେ ୟାତାୟତ ନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। 

ଅଧିକ ପଢ଼ନ୍ତୁ: ଦୁଇ ଦୁଇଟି ଝଟ୍‌କାରେ ଥରିଲା ଜାମ୍ମୁ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା ...

Advertisment

ଅନ୍ୟପଟେ ତ୍ରିପୁରା ରାଜଧାନୀ ଅଗରତାଲାରେ ବନ୍ୟା ଏବଂ ଭୂସ୍ଖଳନ ଦେଖିବାକୁ ମିଳିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୪ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗତ ୪୮ ଘଣ୍ଟା ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗୋମତୀ ନଦୀ ଜଳସ୍ତର ବଢ଼ି ଆକସ୍ମିକ ବନ୍ୟା ଆସିଥିଲା ଏବଂ ବିଭିନ୍ନ ସ୍ଥାନରେ ଭୂସ୍ଫଳନ ମଧ୍ୟ ହୋଇଛି। ଦକ୍ଷିଣ ତ୍ରିପୁରା, ଗୋମତୀ ଏବଂ ଖୋୱାଇ ଜିଲ୍ଲାରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ‌ଲୋକ ନିଖୋଜ ଅଛନ୍ତି। ୮ଟି ଜିଲ୍ଲାର ୬,୬୦୦ ପରିବାରର ୩୪ ହଜାରରୁ ଅଧିକ ଲୋକ ବିଭିନ୍ନ ଶିବିରରେ ଆଶ୍ରୟ ନେଇଛନ୍ତି। ୧ହଜାରରୁ ଅଧିକ ଘର ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଛି।

Advertisment

ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମାଣିକ ଶାହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟର ବନ୍ୟା ସ୍ଥିତି ନେଇ ଅବଗତ କରିଛନ୍ତି। ରାଜ୍ୟରେ ଅତିରିକ୍ତ ଏନଡିଆରଏଫ୍‌ ମୁତୟନ ପାଇଁ ସେ କହିଛନ୍ତି। ଲଗାଣ ବର୍ଷା ପାଇଁ ତ୍ରିପୁରାରେ ୧୦ଟି ଲୋକାଲ ଟ୍ରେନ୍‌ ବାତିଲ ହୋଇଛି। ବର୍ଷା ଏବଂ ବନ୍ୟା ସ୍ଥିତି ପାଇଁ ରାଜ୍ୟ ସରକାର ଗୁରୁବାର ଏବଂ ଶୁକ୍ରବାର ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଣିକ ଶାହ ଆଜି ବନ୍ୟା ପ୍ରବଣ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

ଅଧିକ ପଢ଼ନ୍ତୁ: ରଖେ ହରି ତ ମାରେ କିଏ, ଭୂସ୍ଖଳନର ଭୟଙ୍କର ତାଣ୍ଡବରୁ ବର୍ତ୍ତିଯାଇଛି ନିରୀହ ଜୀବନ

Uttarakhand Tripura Land Slide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ