Advertisment

“ସମସ୍ତଙ୍କ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମାନ ହେବା ଆବଶ୍ୟକ’’

ବିଜୟା ଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଭାରତର ଜନସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି। ଯଦି ଜରୁରୀ ପଦକ୍ଷେପ ନିଆ ନ ଯାଏ ତେବେ ଧର୍ମଭିତ୍ତିକ ଅସନ୍ତୁଳନ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି।

author-image
Minati Mishra
RSS chief Mohan Bhagwat

RSS chief Mohan Bhagwat

ବିଜୟା ଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଭାରତର ଜନସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି। ଯଦି ଜରୁରୀ ପଦକ୍ଷେପ ନିଆ ନ ଯାଏ ତେବେ ଧର୍ମଭିତ୍ତିକ ଅସନ୍ତୁଳନ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି।

Advertisment

ଆଜି ନାଗପୁରଠାରେ ଆୟୋଜିତ ବିଜୟା ଦଶମୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ଭାଗବତ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ସହ ଧାର୍ମିକ ଆଧାରରେ ଜନସଂଖ୍ୟା ସନ୍ତୁଳନର ଆବଶ୍ୟକତା ରହିଛି। ଏହାକୁ ଆମେ ନଜରଅନ୍ଦାଜ କରିପାରିବାନି। ଏହି ପରିପ୍ରେକ୍ଷୀରେ ସେ କୋସୋବୋ ଏବଂ ଦକ୍ଷିଣ ସୁଦାନର ଉଦହାରଣ ଦେଇଥିଲେ। ଜନସଂଖ୍ୟା ନୀତିକୁ ନେଇ ବ୍ୟାପକ ବିଚାର ବିମର୍ଷର ଆବଶ୍ୟକତା ରହିଛି। ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ ହେବା ଦରକାର ବୋଲି ସେ କହିଛନ୍ତି।

ଜନସଂଖ୍ୟା ଯେତେ ବଢିବ, ବୋଝ ସେତେ ବଢିବ। ତେବେ ଜନସଂଖ୍ୟାର ସଠିକ ବିନିଯୋଗ କରିପାରିଲେ ଏହା ଏକ ସାଧନ ହୋଇ ପାରିବ। ଏହାକୁ ଦୃଷ୍ଟିରେ ରଖି ବିଚାର ବିମର୍ଷ କରିବା ପରେ ଜନଂସଖ୍ୟା ଆଇନ ଆଣିବା ଉଚିତ ବୋଲି କହିଥିଲେ ଆରଏସଏସ ମୁଖ୍ୟ। ଚୀନର ଉଦହାରଣ ଦେଇ ମୋହନ ଭାଗବତ କହିଥିଲେ, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଚୀନରେ ଗୋଟିଏ ପରିବାର ଗୋଟିଏ ସନ୍ତାନ ନିୟମ ଆପଣେଇଛନ୍ତି। ହେଲେ ସମସ୍ୟା ଏହା ଯେ, ଏବେ ଏହି ଦେଶ ବୁଢା ହେବାକୁ ଯାଉଛି। ଭାରତରେ ଏବେ ୫୭ କୋଟି ଯୁବଗୋଷ୍ଠୀ ରହିଛନ୍ତି। ଆଗାମୀ ୩୦ ବର୍ଷ  ପର୍ଯ୍ୟନ୍ତ ଦେଶ ଯୁବାବସ୍ଥାରେ ରହିପାରେ ।

Advertisment

ଭାଗବତ ଆହୁରି କହିଥିଲେ, ସମାଜକୁ ସଶକ୍ତ କରିପାରିଲେ ଏବଂ ସମାଜର ସକ୍ରିୟ ସହଯୋଗ ରହିଥିଲେ ହିଁ ଆମର ସୁରକ୍ଷା ଏବଂ ଏକତା ସୁନିଶ୍ଚିତ ହୋଇପାରିବ। ସେ ଆହୁରି କହିଥିଲେ, ରୋଜଗାରର ଅର୍ଥ ଚାକିରୀ ନୁହେଁ। ଯୁବଗୋଷ୍ଠୀ ଚାକରି ପୁଣି ସରକାରୀ ଚାକିରୀ ପଛରେ ଧାଇଁବା ଉଚିତ ନୁହେଁ। ସମସ୍ତେ ଏମିତି ଚାକିରୀ ପଛରେ ଧାଇଁଲେ କେତେ ଲୋକଙ୍କୁ ଚାକିରୀ ମିଳି ପାରିବ ? ଯେ କୌଣସି ଦେଶ ଅତି କମ୍‌ରେ ସରକାରୀ, ବେସରକାରୀ ଭାବେ ୧୦,୨୦ ୩୦ ପ୍ରତିଶତ ବେକାରଙ୍କୁ ଚାକିରୀ ଦେଇପାରେ। ଅନ୍ୟମାନଙ୍କୁ ନିଜ କାମ ହିଁ କରିବାକୁ ପଡ଼ିବ।

ବିଜୟଦଶମୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଭାଗବତ ମହିଳାଙ୍କ ସ୍ୱତନ୍ତ୍ରତା ଏବଂ ସମାନତକୁ ନେଇ ମଧ୍ୟ କହିଥିଲେ। ସେ କହିଥିଲେ, ଯେଉଁ ସବୁକାମ ମାତୃଶକ୍ତି କରିପାରେ ତାହା ପୁରୁଷ କରିପାରେ ନାହିଁ। ଏହି କାର୍ଯ୍ୟକ୍ରମରେ ପର୍ବତାରୋହୀ ସନ୍ତୋଷ ଯାଦବ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍‌ ଉପସ୍ଥିତ ଥିଲେ।

RSS Dusshera RSS Chief Mohan Bhagwat
Advertisment
Advertisment