• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିରାଣୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । କେଇ ହଜାର ଟଙ୍କା ଦରମା ପାଉଥିବା ଅଧିକାରୀଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି । ମେଡିକାଲ ଶିକ୍ଷା ବିଭାଗରେ କାର୍ଯ୍ୟରତ କିରାଣୀ ହିରୋ କେସୱାନୀଙ୍କ ଘରେ ରେଡ୍‌ କରାଯାଇଛି । ମଧ୍ୟପ୍ରଦେଶ ପୁଲିସ୍‌ର ଅର୍ଥନୈତିକ ଅପରାଧ ଶାଖା କିରାଣୀଙ୍କ ଘରେ ରେଡ କରି ନଗଦ ୮୫ ଲକ୍ଷ ଟଙ୍କା ଜବତ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ଚାଲିଥିବା ବେଳେ ଏତେ ପରିମାଣର ଟଙ୍କା ଜଣେ ସରକାରୀ କିରାଣୀଙ୍କ ଘରୁ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏତେ ଧନଦୌଲତ ଦେଖିବା ପରେ ଅନୁସନ୍ଧାନ କରିବାକୁ ଆସିଥିବା ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ରେଡରେ ହିରୋ କେସୱାନୀଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

ବୁଧବାର ଅର୍ଥନୀତିକ ଅପରାଧ ଶାଖାର ଅଧିକାରୀମାନେ ମେଡିକାଲ ଶିକ୍ଷା ବିଭାଗରେ କିରାଣୀ ଭାବେ କାମ କରୁଥିବା ହିରୋ କେସୱାନିଙ୍କ ବାସଭବନରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ହିରୋ କେଶୱାନୀଙ୍କ ଘରୁ ପ୍ରାୟ ନଗଦ ୮୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହା ବ୍ୟତୀତ କୋଟି କୋଟି ଟଙ୍କାର ଜମି ଓ ଘର ଦସ୍ତାବିଜ ଜବତ କରାଯାଇଛି । ଜମି କାରବାର ଚୁକ୍ତି ସହ ଜଡିତ ଅନେକ ଡକ୍ୟୁମେଣ୍ଟ ମଧ୍ୟ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ପ୍ରାୟ ୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଡକ୍ୟୁମେଣ୍ଟ ଅଭିଯୁକ୍ତଙ୍କ ଠାରୁ ଜବତ କରାଯାଇଛି ।

ହିରୋ କେସୱାନୀଙ୍କ ତିନି ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ କୋଠା ଏବଂ ଏହାର ପ୍ରତ୍ୟେକ ମହଲାରେ ବିଳାସପୂର୍ଣ୍ଣ ସାଜସଜ୍ଜା ଦେଖି EOW ଦଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରର ପ୍ରତ୍ୟେକ କୋଠରୀରେ ପ୍ୟାନେଲିଂ ଏବଂ କାଠ କାମ କରାଯାଇଛି । ଛାତ ଉପରେ ଏକ ବିଳାସପୂର୍ଣ୍ଣ ପେଣ୍ଟ ହାଉସ୍ ନିର୍ମାଣ କରାଯାଇଛି । ସେହିପରି ବୀରଗଡରେ ହିରୋ କେସୱାନୀଙ୍କର ଥିବା ଏକ କୋଠାର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା।

ବୀରଗଡ ପାଖରେ ତିଆରି ହେଉଥିବା ଏକ କଲୋନୀରେ ହିରୋ କେଶୱାନି ଆଗୁଆ ଆଉ ଏକ ମହଙ୍ଗା ପ୍ଲଟ୍ କିଣିଛନ୍ତି । ହିରୋ କେସୱାନୀ ଅଧିକାଂଶ ସମ୍ପତ୍ତି ତାଙ୍କ ପତ୍ନୀଙ୍କ ନାମରେ କିଣିଛନ୍ତି ଏବଂ ଅନେକ ସମ୍ପତ୍ତି କ୍ରୟ କରି ବିକ୍ରି ମଧ୍ୟ କରିଛନ୍ତି । ହିରୋ କେଶୱାନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିବା ମଧ୍ୟ ଜଣାପଡିଛି । ଅଭିଯୁକ୍ତଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡିଛି।

ତେବ ଅଧିକାରୀଙ୍କୁ ଦେଖି କେସୱାନି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହିରୋଙ୍କ ଅସୁସ୍ଥତା ପାଇଁ ଅଧିକାରୀମାନେ ତାଙ୍କୁ ପଚରାଉଚରା କରି ପାରି ନାହାନ୍ତି ।