Advertisment

Road Construction: ୧୦୦ କୋଟି ଟଙ୍କାରେ ହେଲା ରାସ୍ତା କାମ, ହେଲେ ରାସ୍ତା ଉପରେ ରହିଗଲା ଗଛ; ଆଶ୍ଚର୍ଯ୍ୟ କରୁଛି...

ରାସ୍ତା କାମ ହେଲା, କଟା ହେଲାନି ଗଛ । ରାସ୍ତା କାମ ହେଲେ ଆପଣ ଦେଖିଥିବେ ରାସ୍ତାରେ ଥିବା ଗଛ କିମ୍ବା ରାସ୍ତାର ଉଭୟ ପାଖରେ ଥିବା ଗଛକୁ କଟାଯାଏ । କିନ୍ତୁ ଏଠି ୧୦୦ କୋଟି ଟଙ୍କାର ରାସ୍ତା କାମ ହୋଇଛି, ଗୋଟିଏ ବି ଗଛ କଟା ହୋଇନି ।

ଅଦ୍ୟତନ ହୋଇଛି
Rs 100 Crore Road Built In Bihar. Problem: Nobody Cut Trees In The Middle

Rs 100 Crore Road Built In Bihar. Problem: Nobody Cut Trees In The Middle

Advertisment

ଏମିତି ଘଟଣା ଆପଣ କେବେ ଦେଖିନଥିବେ...କି ଶୁଣି ବି ନଥିବେ...ସମସ୍ତଙ୍କୁ ଚକିତ କରୁଛି ରାସ୍ତା । କାରଣ ରାସ୍ତା ହିଁ ସେମିତି ହୋଇଛି । ଆପଣ ଭାବୁଥିବେ କଣ ଏମିତି ହୋଇଛି ରାସ୍ତାରେ ? କାହିଁକି ଆଶ୍ଚର୍ଯ୍ୟ କରୁଛି ରାସ୍ତା ? ଏମିତି ନାନା ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ। ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ...

Advertisment

ରାସ୍ତା କାମ ହେଲା, କଟା ହେଲାନି ଗଛ । ରାସ୍ତା କାମ ହେଲେ ଆପଣ ଦେଖିଥିବେ ରାସ୍ତାରେ ଥିବା ଗଛ କିମ୍ବା ରାସ୍ତାର ଉଭୟ ପାଖରେ ଥିବା ଗଛକୁ କଟାଯାଏ । କିନ୍ତୁ ଏଠି ୧୦୦ କୋଟି ଟଙ୍କାର ରାସ୍ତା କାମ ହୋଇଛି, ଗୋଟିଏ ବି ଗଛ କଟା ହୋଇନି । ଏମିତିକି ରାସ୍ତା ମଝିରେ ଥିବା ଗଛକୁ ମଧ୍ୟ କଟାଯାଇନି...ଫଳରେ ରାସ୍ତାରେ ଯିବା ସମୟରେ ବି ଆପଣ ଅସୁବିଧା କିମ୍ୱା ଦୁର୍ଘଟଣାର ଶିକାର ହୋଇ ପାରନ୍ତି। ଯିବା ସମୟରେ ଆପଣଙ୍କୁ ସତର୍କତାର ସହ ଯିବାକୁ ପଡ଼ିବ । ଏଭଳି ରାସ୍ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏଭଳି ଘଟଣା ଘଟିଛି ବିହାରରେ।

ପାଟନା-ଗୟା ମୁଖ୍ୟ ରାସ୍ତାରେ ଥିବା ଜେହାନାବାଦରେ, ୭.୪୮ କିଲୋମିଟର ଲମ୍ବା ରାସ୍ତାର ମଝିରେ ଗଛଗୁଡ଼ିକ ରହିଛି, ଯାହା ଫଳରେ ଯାତ୍ରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। 

Advertisment

ତେବେ ଜିଲ୍ଲା ପ୍ରଶାସନ ୧୦୦ କୋଟି ଟଙ୍କାର ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ହାତକୁ ନେଇଥିଲା, ସେମାନେ ଗଛ କାଟିବା ପାଇଁ ଅନୁମତି ମାଗି ବନ ବିଭାଗ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ସେମାନଙ୍କୁ ଅନୁମତି ମିଳିନଥିଳା । ବଦଳରେ, ବନ ବିଭାଗ ୧୪ ହେକ୍ଟର ଜଙ୍ଗଲ ଜମି ପାଇଁ କ୍ଷତିପୂରଣ ଦାବି କରିଥିଲା। କିନ୍ତୁ, ଜିଲ୍ଲା ପ୍ରଶାସନ ଅନୁରୋଧ ପୂରଣ କରିପାରିଲା ନାହିଁ, ଏବଂ ସେମାନେ ଏକ ଅଜବ ପଦକ୍ଷେପ ନେଇଥିଲେ- ଗଛ ଚାରିପାଖରେ ରାସ୍ତା ତିଆରି କରିଥିଲେ।

ଅଧିକ ପଢ଼ନ୍ତୁ: ଭଡ଼ା ଛାଡନ୍ତୁ, ସିକ୍ୟୁରିଟି ଡିପୋଜିଟ ଶୁଣିଲେ ମୁଣ୍ଡ ବୁଲେଇଦବ....ଏହି ସହରରେ ଏମିତି ଚାଲିଛି

Advertisment

ଆଉ ସବୁଠାରୁ ବଡ଼ କଥା ହେଲା ଗଛଗୁଡ଼ିକ ଏକ ସରଳ ରେଖାରେ ଲଗାଯାଇ ନାହିଁ, ତେଣୁ ଜଣେ ଡ୍ରାଇଭର ସହଜରେ ଯାଇପାରିବ ନାହିଁ । ଯାହା ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ମୃତ୍ୟୁକୁ ନିମନ୍ତ୍ରଣ କଲା ପରି ଲାଗୁଛି । ରାସ୍ତା ମଝିରେ ଗଛ ଥିବାରୁ ପୂର୍ବରୁ ଅନେକ ଦୁର୍ଘଟଣା ଘଟିସାରିଛି ବୋଲି ଜଣାପଡ଼ିଛି। ତଥାପି, ଜିଲ୍ଲା ପ୍ରଶାସନ ଗଛଗୁଡ଼ିକୁ ହଟାଇବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଉଥିବା ପରି ମନେ ହେଉନାହିଁ।

ଯଦି କୌଣସି ବଡ଼ ଦୁର୍ଘଟଣା ଘଟେ ଏବଂ କେହି ମୃତ୍ୟୁବରଣ କରନ୍ତି, ତେବେ କିଏ ଦାୟୀ ରହିବ ? ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି...।

Road Accident Bihar News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ