Advertisment

ମୋଦିଙ୍କ ଦୀପାବଳି ଗିଫ୍ଟ: ଆଜି ୭୫ ହଜାରଙ୍କୁ ମିଳିବ ଅଫର୍‌ ଲେଟର୍‌

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ରୋଜଗାର ମେଳା ଆରମ୍ଭ କରିବେ। ଏହି ରୋଜଗାର ମେଳାରେ ଦେଶରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୫ ହଜାରଙ୍କୁ ଅଫର୍‌ ଲେଟର ଦିଆଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rozgar Mela: 75,000 To Get Appointment Letters Today

Rozgar Mela: 75,000 To Get Appointment Letters Today

ଦୀପାବଳି ପୂର୍ବରୁ ଯୁବପିିଢିଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗିଫ୍ଟ। ଆଜିଠୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ରୋଜଗାର ମେଳା ଆରମ୍ଭ କରିବେ। ଏହି ରୋଜଗାର ମେଳାରେ ଦେଶରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୫ ହଜାରଙ୍କୁ ଅଫର୍‌ ଲେଟର ଦିଆଯିବ।

Advertisment

କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଖାଲି ପଡ଼ିଥିବା ପଦବୀରେ ଏହି ନିଯୁକ୍ତି ମିଳିବ। ମୁଖ୍ୟତଃ  ପ୍ରତିରକ୍ଷା, ରେଳ, ଗୃହ, ଡାକ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଏବଂ ବ୍ୟାଙ୍କିଙ୍ଗରେ ଏହି ଚାକିରି ବଣ୍ଟନ କରାଯିବ। ଆଶୟୀମାନଙ୍କୁ UPSC, SSC ଏବଂ ରେଲ୍‌ୱେ ଦ୍ୱାରା ନିଯୁକ୍ତ କରାଯାଇଛି। ଦେଶର ଯୁବବର୍ଗକୁ ନିଯୁକ୍ତ ଦେବା ଓ ଆଗାମୀ ପିଢ଼ିକୁ ନୂଆ ଦିଶା ଦେଖାଇବାକୁ କେନ୍ଦ୍ର ସରକାର ଏହି ରୋଜଗାର ମେଳାର ଆୟୋଜନ କରିଛନ୍ତି।

ଦେଶର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନରେ ଖାଲିଥିବା ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। ଯାହାକି ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଅପୂର୍ବ ନିଯୁକ୍ତି ସୁଯୋଗ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଶନ ମୋଡ୍‌ରେ ଥିବା ଖାଲିଥିବା ପଦବୀ ପୂରଣ ଦିଗରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

Advertisment

ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ କେନ୍ଦ୍ରୀୟ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିଥିଲେ ଏବଂ ଆସନ୍ତା ୧.୫ ବର୍ଷରେ ସରକାର ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 

PM Modi
Advertisment
Advertisment