Advertisment

ଆସନ୍ତାକାଲିଠୁ ମୋଦିଙ୍କ 'ରୋଜଗାର ମେଳା' ଆରମ୍ଭ ! ୧୦ ଲକ୍ଷଙ୍କୁ ମିଳିବ ଚାକିରି

ମୋଦିଙ୍କ ରୋଜଗାର ମେଳା ଯୁବକଙ୍କ ପାଇଁ ଆଣିବ ସୁବର୍ଣ୍ଣ ସୁଯୋଗ । ବେକାର ଯୁବକଯୁବତୀଙ୍କୁ ମିଳିବ ଚାକିରି ।

author-image
Prangyan Parimita
ଅଦ୍ୟତନ ହୋଇଛି
PM Modi Rozgar Mela 2022

PM Modi Rozgar Mela 2022

ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବଗୋଷ୍ଠୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଗୋଟିଏ ପଟେ ଦେଶରେ ବେକାରୀ ସମସ୍ୟା ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଥିବା ବେଳେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବା ପାଇଁ ଏକ ଚାକିରି ମେଳା ଆରମ୍ଭ କରିବାକୁ ଯାଉଛନ୍ତି ମୋଦି । ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ରୋଜଗାର ମେଳା ଆୟୋଜନ ହେବାକୁ ଯାଉଛି । ଅକ୍ଟୋବର ୨୨ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମେଳା ଆରମ୍ଭ ହେବ ।

Advertisment

୧୦ଲକ୍ଷ କର୍ମଚାରୀଙ୍କ ପାଇଁ ଆରମ୍ଭ ହେବାକୁ ଥିବା ଏହି ନିଯୁକ୍ତି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ଦେଶର ୭୫୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ନିଯୁକ୍ତି ମେଳାରେ ଏହା ହେଉଛି ପ୍ରଥମ ପର୍ଯ୍ୟାୟ । ଦେଶର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନରେ ଖାଲିଥିବା ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଅପୂର୍ବ ନିଯୁକ୍ତି ସୁଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଭାବେ କହୁଛନ୍ତି, ଆମ ଦେଶ ଯୁବକଙ୍କ ଦେଶ । ଦେଶର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଆଉ ନିଜ ଦେଶର ନାଗରିକଙ୍କ କଲ୍ୟାଣ ପ୍ରତି ନିରନ୍ତର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି କେନ୍ଦ୍ର ସରକାର । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ବଡ ପଦକ୍ଷେପ ବୋଲି କୁହାଯାଉଛି । ଯୁବକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅବିରତ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଶନ ମୋଡରେ ଥିବା ଖାଲିଥିବା ପଦବୀ ପୂରଣ ଦିଗରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

Advertisment

ଏହାପୂର୍ବରୁ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ କେନ୍ଦ୍ରୀୟ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିଥିଲେ ଏବଂ ଆସନ୍ତା ୧.୫ ବର୍ଷରେ ସରକାର ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୁପ୍ ଏ (ଗେଜେଟେଡ୍)ରେ ବର୍ଗରେ ୨୩୩,୫୮୪ ପଦବୀ, ଗ୍ରୁପ୍ ବି(ଗେଜେଟେଡ୍)ରେ ୨୬,୨୮୨, ଗ୍ରୁପ୍ ବିରେ ୯୨,୫୨୫ ଏବଂ ଗ୍ରୁପ୍ ସି (ଅଣ-ଗେଜେଟେଡ୍) ରେ ୮.୩୬ ଲକ୍ଷ ପଦବୀ ଖାଲି ଅଛି । କେବଳ ପ୍ରତିରକ୍ଷା ମନ୍ତ୍ରଣାଳୟରେ ୩୯,୩୬୬ ଗ୍ରୁପ୍ ବି (ଅଣ-ଗେଜେଟେଡ୍) ପୋଷ୍ଟ ଏବଂ ୨.୧୪ ଲକ୍ଷ ଗ୍ରୁପ୍ ସି ପଦବୀ ଖାଲି ଅଛି । ସେହିପରି ରେଳବାଇରେ ୨.୯୧ ଲକ୍ଷ ଗ୍ରୁପ୍ ସି ଏବଂ MHA ରେ ୧.୨୧ ଲକ୍ଷ ଗ୍ରୁପ୍ ସି (ଅଣ-ଗେଜେଟେଡ୍) ପୋଷ୍ଟ ଅଛି ଖାଲି ପୋଷ୍ଟ ରହିଛି । ଏଥିରେ ଯୁବଗୋଷ୍ଠୀଙ୍କୁ ଚାକିରି ମିଳିବ ବୋଲି ଆଶା କରାଯାଉଛି ।

PM Modi
Advertisment
Advertisment