Advertisment

Suicide Attempt: ପ୍ରେମିକାଙ୍କ ସହ ବିଷ ପିଇଲେ କ୍ରିକେଟର୍ ପନ୍ତଙ୍କୁ ବଞ୍ଚାଇଥିବା ଯୁବକ

ରଜତ ଓ ମନୁ ପରସ୍ପରକୁ ପ୍ରେମ କରୁଥିଲେ । ମାତ୍ର ଜାତି ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ।

ଅଦ୍ୟତନ ହୋଇଛି
suicide

suicide

Advertisment

ପ୍ରେମିକାଙ୍କ ସହ ବିଷ ପିଇଲେ କ୍ରିକେଟର୍ ଋଷଭ୍ ପନ୍ତଙ୍କୁ ବଞ୍ଚାଇଥିବା ଯୁବକ। ଉତ୍ତରପ୍ରଦେଶର ଯୁବକ ରଜତ କୁମାର ପ୍ରେମିକାଙ୍କ ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ରଜତଙ୍କ ପ୍ରେମିକା ମନୁ କଶ୍ୟପଙ୍କର ମୃତ୍ୟୁ ହୋଇଥିବାବେଳେ ରଜତଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Advertisment

ରଜତ ଓ ମନୁ ପରସ୍ପରକୁ ପ୍ରେମ କରୁଥିଲେ । ମାତ୍ର ଜାତି ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ। ଉଭୟ ନିଜ ନିଜ ପରିବାର ଲୋକଙ୍କୁ ବହୁ ବୁଝାସୁଝା କରିଥିଲେ। ହେଲେ ଉଭୟଙ୍କ ପରିବାର ଲୋକେ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ଉଭୟ ବିଷ ପିଇ ଦେଇଥିଲେ।

୨୦୨୨ ମସିହାରେ କ୍ରିକେଟର ଋଷଭ୍ ପନ୍ତ ଡେରାଡୁନ ଯିବା ବାଟରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ପନ୍ତ ଗାଡ଼ି ଚଳାଇବା ବେଳେ ସାମାନ୍ୟ ଶୋଇପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ। ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିଲା।

Advertisment

 ସେହି ସମୟରେ ରଜତହିଁ କାର୍‌ର କାଚ ଭାଙ୍ଗି ଋଷଭ୍ ପନ୍ତଙ୍କୁ ଉଦ୍ଧାର କରିଥିଲେ। ପନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳେ ରଜତଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା।

ଅଧିକ ପଢ଼ନ୍ତୁ: ‘ମୁଁ ଋଷଭ୍‌ ପନ୍ତ, ମୋତେ ଉଦ୍ଧାର କର...’

Uttar Pradesh Rishabh Pant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ