• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଲୱାନ୍‌ ସମ୍ପର୍କୀତ ଟ୍ୱିଟ୍‌ କରି ଟ୍ରୋଲ୍‌ ହେବା ପରେ କ୍ଷମା ମାଗିଲେ ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ା । ଭାରତୀୟ ସେନାକୁ ଆକ୍ଷେପ ପରି ଟ୍ୱିଟ୍ କରିବା ପରେ ସେ ବିବାଦରେ ଛନ୍ଦି ହୋଇ ଯାଇଥିଲେ । ଭାରତୀୟ ସେନାର ସାହସିକତା ଉପରେ ପ୍ରଶ୍ନ ଉଠାଇଥିବାରୁ ୟୁଜରଙ୍କ ସମାଲୋଚନାର ଶିକାର ହୋଇଥିଲେ ଅଭିନେତ୍ରୀ । ହେଲେ ଏବେ ବିରୋଧ ଓ ସମାଲୋଚନାର ପରେ ଟ୍ୱିଟ ଡିଲିଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଉତ୍ତରୀ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପିଓକେକୁ ନେଇ ଏକ ଟ୍ୱିଟ୍ କରିଥିଲେ । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଫେରାଇ ଆଣିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେ କହିଥିଲେ । ଆଉ ସେହି ଟ୍ୱିଟ ଉପକୁ ରିଟ୍ୱିଟ୍‌ କରି ଭାରତୀୟ ସେନାକୁ ଇଙ୍ଗିତ କରିଥିଲେ ଅଭିନେତ୍ରୀ ରିଚା । ରିଚା ଲେଖିଥିଲେ, ଗଲୱାନ ସେଜ୍‌ ହାୟ(Galwan says hi ) । ଆଉ ତାଙ୍କର ଏହି ଟ୍ୱିଟ୍‌ ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷକୁ ଅପମାନିତ କରିଥିବାରୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ । ଗଲୌୱାନ୍‌ ସହିଦଙ୍କ ପ୍ରତି ଏହା ଘୋର ଅପମାନ ବୋଲି ୟୁଜର ଲେଖିଥିଲେ । ଗଲଓ୍ବାନ୍ ଘଟଣାକୁ ମନେ ପକାଇ ସେନାର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ରିଚା ଚଢ଼ା ଟ୍ୱିଟକୁ ଡିଲିଟ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ।

ସେ କହିଛନ୍ତି, ମୁଁ ଉଦ୍ଦେଶ୍ୟମୂଳକ ଭାବରେ ଏପରି ଟ୍ୱିଟ୍‌ କରିନି । ମୋ ଲେଖା କାହା ମନକୁ ଆଘାତ ଦେଇଥିଲେ, କ୍ଷମା କରନ୍ତୁ । ଅଜାଣତରେ ଏପରି କରିଥିବାରୁ ମୁଁ ବହୁତ ଦୁଃଖିତ ।

ସେ ଲେଖିଛନ୍ତି, ମୋର ଜେଜେବାପା ସେନାରେ କାମ କରିଛନ୍ତି । ଭାରତ-ଚୀନ୍ ଯୁଦ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୧୯୬୦ ଭାରତ-ଚୀନ୍ ଯୁଦ୍ଧ ସମୟରେ ତାଙ୍କ ଗୋଡରେ ଗୁଳି ବାଜିଥିଲା । ମୋ ମାମୁଁ ମଧ୍ୟ ଜଣେ ପାରା ଟ୍ରୁପର୍ ଥିଲେ । ସେନା ପ୍ରତି ସମ୍ନାନ ମୋ ରକ୍ତରେ ରହିଛି । ସେନାରେ କେହି ସହିଦ ହେଲେ, ତାଙ୍କର ପୂରା ପରିବାର ପ୍ରଭାବିତ ହୁଏ । ଏହା ମୋ ପାଇଁ ଏକ ଭାବନାତ୍ମକ ମୁଦ୍ଦା ”