Special story
ଖାଇବା ପିଇବା ଗ୍ରହଣ କରୁନି ବୋରୱେଲରେ ପଡ଼ିଥିବା ଶିଶୁ । ଛତିଶଗଡ଼ରେ ବୋରୱେଲରେ ବାଳକ ଖସିପଡ଼ିବା ଘଟଣା ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ । ହେଲେ କାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନାହିଁ । ତଥାପି ରାହୁଲ ରେସପଣ୍ଡ୍ କରୁଛି, ଆଖି ପତା ହଲାଉଛି । କଠିନ ପଥର ଆସ୍ତରଣ ପାଇଁ ସୁଡ଼ଙ୍ଗରେ ସମସ୍ୟା ହେଉଛି ।
ଶୁକ୍ରବାରରୁ ମଙ୍ଗଳବାର ହୋଇଗଲା ତଥାପି ରାହୁଲ ଉଦ୍ଧା ହୋଇପାରିନି । ୮୦ ଫୁଟର ଗଭୀର ଗାତରୁ କେତେବେଳେ ବାହାରିବ ୧୦ ବର୍ଷର ଛୁଆରାହୁଲ ସାହୁ ? ବାସ୍ତବରେ ବୋରୱେଲ ଗାତ ଭିତରେ କେମିତି ଅବସ୍ଥାରେ ଅଛି ମାନସିକ ଅନଗ୍ରସର ଶିଶୁଟି ? କେତେବେଳେ ସରିବ ଅପରେସନ ରାହୁଲ ?
ଆଜିକୁ ୪ ଦିନ ବିତିଗଲା, ଜାରି ରହିଥିବା ଅପରେସନ୍ ସରିବାର ନାଁ ଧରୁନି । ଇତିମଧ୍ୟରେ ସମାନ୍ତରାଳ ଭାବେ ପ୍ରାୟ ୮୦ ଫୁଟ ତଳକୁ ଗାତ ଖୋଳାସରିଛି । ସୁଡ଼ଙ୍ଗ ଖୋଳା ମଧ୍ୟ ଚାଲିଛି । ରାୟପୁରରୁ ଆସିଥିବା ହେଭି ମେସିନାରୀ ସହ ରକ୍ ବ୍ରେକର ସହାୟତାରେ ଖୋଳାଯାଇଛି ସୁଡ଼ଙ୍ଗ । ଷ୍ଟୋନ ବ୍ରେକର ସହାୟତାରେ ପଥରକୁ ଭେଦି ଚାଲିଛନ୍ତି ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଯବାନ ।
ଗୋଟିଏ ପଟେ ଖନନ, ଅନ୍ୟପଟେ ରାହୁଲର ଜୀବନ । ସବୁଠୁ ବଡ଼ ଚାଲେଞ୍ଜ ହେଉଛି ଗାତ ଭିତରେ ଥିବା ରାହୁଲକୁ ଧୈର୍ଯ୍ୟ ଆଉ ସାହସ ଯୋଗାଇବା । ତେଣୁ ରାହୁଲକୁ ମଝିରେ ମଝିରେ ଡାକ ପକାଉଛନ୍ତି ଉଦ୍ଧାରକାରୀ ଟିମର ସଦସ୍ୟ । ତାକୁ ନିୟମିତ ବ୍ୟବଧାନରେ ତାପାଖକୁ ଖାଦ୍ୟ ପଦାର୍ଥ ଯଥା କଦଳୀ, ସେଓ ସହ ଓଆରଏସ୍ ପଠାଯାଉଛି । କେବଳ ଖାଦ୍ୟ ନୁହେଁ, ପାଇପ୍ ଜରିଆରେ ଅମ୍ଲଯାନ ପଠାଯାଉଛି ।
ଉଦବେଗଜନକ କଥା ହେଉଛି, ବୋରୱେଲ ଗାତ ଭିତରେ ରହିବାର ଏତେ ଦିନ ବିତିଯାଇଥିବାରୁ ରାହୁଲର ବେକରୁ ପାଦ ଯାଏଁ ଶେତା ପଡ଼ିଗଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)