Advertisment

Ustad Zakir Hussain: ପରଲୋକରେ ଉସ୍ତାଦ୍ ଜାକିର ହୁସେନ୍; ସଙ୍ଗୀତ ସାଧନା ପାଇଁ ପାଇଛନ୍ତି ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ...

ଗତକାଲି ହୃଦଘାତ ଜନିତ ସମସ୍ୟାରୁ ସେ ଆମେରିକାର ସାନ୍ ଫ୍ରାନ୍ସିସକୋରେ ଏକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଅଦ୍ୟତନ ହୋଇଛି
Ustad Zakir Hussain

Ustad Zakir Hussain

Advertisment

ପରଲୋକରେ ବିଶ୍ବ ବିଖ୍ୟାତ ତବଲା ବାଦକ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ଜାକିର ହୁସେନ୍। ଗତକାଲି ହୃଦଘାତ ଜନିତ ସମସ୍ୟାରୁ ସେ ଆମେରିକାର ସାନ୍ ଫ୍ରାନ୍ସିସକୋରେ ଏକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। 

Advertisment

ସଙ୍ଗୀତ ସାଧନା ପାଇଁ ଜାକିର ହୁସେନ୍ ମିଳିଛି ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ନାନ। ଉସ୍ତାଦ ଜାକିର ହୁସେନ୍ ୩ ଥର ପାଇଛନ୍ତି ଗ୍ରାମୀ ଆୱାର୍ଡ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି। ୧୯୯୯ ରେ ତାଙ୍କୁ ଆମେରିକାର ନ୍ୟାସନାଲ ଏଣ୍ଡୋମେଣ୍ଟ ଜାତୀୟ ଐତିହ୍ୟ ଫେଲୋସିପ୍ ପ୍ରଦାନ କରିଥିଲା। ଏହା ପରେ ଉସ୍ତାଦ୍ ଜାକିର ହୁସେନ୍ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଶ୍ୱ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଲେ। 

ଅଧିକ ପଢ଼ନ୍ତୁ: IAS ଅଫିସର୍ ଯିଏ ସବୁଠାରୁ ଅଧିକ ମାର୍କ ରଖିଛନ୍ତି..!

୧୯୫୧ ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଜାକିର ହୁସେନ୍। ମାତ୍ର ତିନି ବର୍ଷ ବୟସରେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ ଜାକିର । ସପ୍ତାହ ତଳେ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ତାଙ୍କ ବନ୍ଧୁ ବଂଶୀ ବାଦକ ରାକେଶ ଚୌରାସିଆ ସୂଚନା ଦେଇଥିଲେ। ତାଙ୍କ ବିୟୋଗରେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଜେଲରେ ଗୋଟିଏ ରାତି କାଟିଲେ ଅଲ୍ଲୁ, ଘରକୁ ଫେରି ମୃତ ମହିଳାଙ୍କ ପରିବାରକୁ କହିଲେ Sorry

Advertisment

Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ