Advertisment

ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିଲେ ଛାଡ଼ପତ୍ର ପରେ ମିଳିବନି ସ୍ଥାୟୀ ଭରଣପୋଷଣ

ଛାଡ଼ପତ୍ର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ମିଳିବ ନାହିଁ। ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Extra Marital Affair

Relationship With Another Man Woman Is Not Entitled To Permanen Maintenance After Divorce

ଛାଡ଼ପତ୍ର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ମିଳିବ ନାହିଁ। ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଯଦି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କକୁ ନେଇ ଛାଡ଼ପତ୍ର ହେଉଛି ଓ ଉକ୍ତ ମହିଳାଙ୍କ ସମ୍ପର୍କ ଅନ୍ୟ ପୁରୁଷଙ୍କ ସହ ଥିବା ପ୍ରମାଣିତ ହୁଏ , ତା’ହେଲେ ଏଭଳି ସ୍ଥିତିରେ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ବାବଦରେ ଟଙ୍କା ମିଳିବ ନାହିଁ। 

Advertisment

ଅଧିକ ପଢ଼ନ୍ତୁ: ଥାନାରେ ଭିଡିଓ ସୁଟିଂ କରିବା ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ଜଷ୍ଟିସ୍‌ ରିତୁ ବାହରି ଓ ଜଷ୍ଟିସ୍‌ ନିଧି ଗୁପ୍ତାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି ଏକ ମାମଲାର ଶୁଣାଣି କରି ମହିଳାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ମହିଳା ଜଣକ ଆବେଦନ କରିଥିଲେ ଯେ, ଛାଡ଼ପତ୍ର ପରେ ତାଙ୍କୁ ସ୍ଥାୟୀ ଭରଣପୋଷଣ ବାବଦରେ ଟଙ୍କା ମିଳୁ। ତେବେ ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଥିଲେ ଯେ, ଯଦି କୌଣସି ମହିଳାଙ୍କ ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଛନ୍ତି ଓ ଏହାପରେ ତାଙ୍କର ଛାଡ଼ପତ୍ର ହେଉଛି, ତା’ହେଲେ ତାଙ୍କୁ ଭରଣପୋଷଣ ବାବଦରେ ଟଙ୍କା ମିଳିବ। ହେଲେ ଯଦି କୌଣସି ମହିଳାଙ୍କ ସମ୍ପର୍କ ଅନ୍ୟ ପୁରୁଷଙ୍କ ସହ ଥାଏ, ତା’ହେଲେ ତାଙ୍କୁ ଭରଣପୋଣ ଟଙ୍କା ମିଳିବ ନାହିଁ।

ଜାଣନ୍ତୁ, ପୁରା ଘଟଣା...

୧୯୮୯ ମସିହା ମେ’ ୮ରେ ଦମ୍ପତିଙ୍କ ବିବାହ ହୋଇଥିଲା। ବିବାହ ପରେ ସେମାନଙ୍କର କୌଣସି ସନ୍ତାନ ହେଉନଥିଲା। ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଦିନକୁ ଦିନକ ପରିସ୍ଥିତି ଏତେ ଜଟିଳ ହେଲା ଯେ, ମହିଳା ଜଣଙ୍କ ସ୍ୱାମୀଙ୍କୁ କାପୁରୁଷ କହିବାକୁ ମଧ୍ୟ ପଛାଇଲେ ନାହିଁ। ଏପରିକି ସେ ଅନ୍ୟ ପୁରୁଷଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କଲେ। 

Advertisment

ମହିଳା ଜଣକ ଜଣେ ଜେଲ୍‌ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଓ ଆପତ୍ତିଜନକ ଅବସ୍ଥାରେ ଉଭୟ ଧରାପଡ଼ିଥିଲେ। ଏସବୁ ଦେଖି ମହିଳାଙ୍କ ସ୍ୱାମୀ ତାଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ୧୭ ବର୍ଷ ପରେ ବ୍ୟକ୍ତି ଜଣକ ସ୍ତ୍ରୀଙ୍କୁ ଛାଡ଼ି ଦେଇଥିଲେ ଓ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହାପରେ ସମ୍ପୃକ୍ତ ମହିଳା ସ୍ଥାୟୀ ଭରଣପୋଷଣ ବାବଦରେ ଟଙ୍କା ପ୍ରଦାନ କରିବା ଲାଗି ହାଇକୋର୍ଟଙ୍କ ନିକଟରେ ଗୁହାରି କରିଥିଲେ। ହେଲେ ତାଙ୍କର ଏହି ଆବେଦନକୁ ପଞ୍ଜାବ ହରିୟାଣା ହାଇକୋର୍ଟ ଖାରଜ କରି ଦେଇଛନ୍ତି। 

Divorce Extra Marital Affair
Advertisment
Advertisment