/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702022601.jpg)
UPI Payment
ଏଣିକି ପାଞ୍ଚ ଲକ୍ଷ ଯାଏ କରିପାରିବେ UPI ପେମେଣ୍ଟ । RBI ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ ହେଉଥିଲା । ବର୍ତ୍ତମାନ ୨ଟି କ୍ଷେତ୍ରରେ ଆପଣ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ । ସ୍ୱାସ୍ଥ୍ୟ ସେବା ଓ ପାଠପଢ଼ା କ୍ଷେତ୍ରେରେ ଆପଣ ଥରକରେ ୫ ଲକ୍ଷ ଟଙ୍କା ଯାଏ ପେମେଣ୍ଟ କରିପାରିବେ ବୋଲି RBI ପକ୍ଷରୁ ସୂଚନା ଦିଆଯାଇଛି ।
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବୈଠକରେ ଏନେଇ ଘୋଷଣା କରିଛନ୍ତି । ଏହାଛଡ଼ା RBI ମ୍ୟୁଚୁଆଲ୍ ଫଣ୍ତ ସବସ୍କ୍ରିପସନ୍, ବୀମା ପ୍ରିମିୟମ ସବସ୍କ୍ରିପସନ୍ ଏବଂ କ୍ରେଡିଟ୍ କାର୍ଡ ପେମେଣ୍ଟର ସୀମା ୧୫ ହଜାରରୁ ବୃଦ୍ଧି କରି ୧ ଲକ୍ଷ ଟଙ୍କା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଲୋକେ UPI ର ବହୁଳ ବ୍ୟବହାର କରିବେ ବୋଲି RBI ପକ୍ଷରୁ ସୂଚନା ଦିଆଯାଇଛି ।
ନ୍ୟାସନାଲ କର୍ପୋରେସନ୍ ଅଫ୍ ଇଣ୍ତିଆ(NCPI) ପକ୍ଷରୁ UPI ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହାଦ୍ୱାରା ଉପଭୋକ୍ତା ଯେକୌଣସି ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଅନ୍ଲାଇନ୍ ଜରିଆରେ ଟଙ୍କା ନେଣଦେଣ କରିପାରୁଛନ୍ତି । କେବଳ ସ୍ମାର୍ଟଫୋନ୍ ଉପଭୋକ୍ତା ହିଁ ନିଜ ରେଜିଷ୍ଟର ମୋବାଇଲ୍ ନଂ ଜରିଆରେ ଏକ UPI ଆଇଡି ଦ୍ୱାରା ଟଙ୍କା ପଠାଇପାରୁଥିଲେ । ଏହାଛଡ଼ା ଯେକୌଣସି ଲୋକଙ୍କ ୟୁପିଆଇ ଆଇଡି କ୍ୟୁ ଆର୍ କୋଡ୍ ମାଧ୍ୟମରେ ମଧ୍ୟ ପେମଣ୍ଟ କରିହେଉଛି ।
RBI ଦ୍ୱାରା ବୈଠକରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଛଡ଼ା ରେପୋ ରେଟ୍କୁ ସ୍ଥିର ରଖିବା ପାଇଁ ନିଷ୍ପତ୍ତି ହୋଇଛି । ରେପୋ ରେଟ୍ ଅପରିବର୍ତ୍ତିତ ଯୋଗୁ EMI ମଧ୍ୟ ଆଉ ବଢ଼ିବନି । ରେପୋ ରେଟ୍ ବୃଦ୍ଧି ହେଲେ ଲୋନ୍ ମହଙ୍ଗା ହୋଇଥାଏ। ହୋମ୍ ଲୋନ୍(Home Loan), ଗାଡ଼ି ଲୋନ୍ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହୋଇଥାଏ। ଏହାସହ ଅଧିକ EMI ମଧ୍ୟ ଦେବାକୁ ପଡ଼ିଥାଏ। ଏହା ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)