/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687069342.jpg)
PM Modi's Mann Ki Baat
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯକ୍ରମର ଆଜି ୧୦୨ତମ ସଂସ୍କରଣ । ଏ ମାସରେ ସପ୍ତାହେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ପୁରୀ ରଥଯାତ୍ରାକୁ ଅଦ୍ଭୁତ କହିଲେ ପ୍ରଧାନମନ୍ତ୍ରୀ ମୋଦି ।
ସେ ଆହୁରି କହିଛନ୍ତି ଯେ 'ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ୍ ହେବା ବାସ୍ତବରେ ଅନୁକରଣୀୟ । ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସମୃଦ୍ଧ ଓ ସୁସ୍ଥ ରଖନ୍ତୁ ଏତିକି କାମନା କରୁଛି । ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ଦିଗରେ କାମ କରିବା’ ।
ମନ୍ କି ବାତ୍ରେ ଏମର୍ଜେନ୍ସି ସମୟକୁ କଳା ଯୁଗ କହିଲେ ମୋଦି । ସେ କହିଛନ୍ତି କି ‘ଏମର୍ଜେନ୍ସୀ ନିର୍ଯାତନା କଥା ଭାବିଲେ ଦେହ ଶିହିରି ଉଠେ । ଦେଶବାସୀଙ୍କ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦା ଯାଇଥିଲା । ତେଣୁ ଏମର୍ଜେନ୍ସୀ ବାବଦରେ ଯୁବପିଢ଼ି ଜାଣିବା ଉଚିତ୍' ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)