Advertisment

Intangible Cultural Heritage: ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସ୍ଥାନ ପାଇଛି । ଦେଶର ବୃହତ ବାଣିଜ୍ୟିକ ମେଳା କଟକର ବାଲିଯାତ୍ରା ମଧ୍ୟ ସ୍ଥାନ ପାଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ରଥଯାତ୍ରାକୁ ଏହି ତାଲିକାରେ ସାମିଲ୍ କରାଯିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ( SJTA ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଦେଶର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ଏହାକୁ ଗ୍ରହଣ କରି ସ୍ୱୀକୃତି ପ୍ରଦାନ କରିଛି ।

ଅଦ୍ୟତନ ହୋଇଛି
Rathayatra And Baliyatra

Rathayatra And Baliyatra

Advertisment

ଐତିହ୍ୟ ଜାତୀୟ ଲିଷ୍ଟରେ ସ୍ଥାନ ପାଇଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାଲିଯାତ୍ରା । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ସ୍ୱୀକୃତି ମିଳିଛି । ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସ୍ଥାନ ପାଇଛି। ଦେଶର ବୃହତ୍ ବାଣିଜ୍ୟିକ ମେଳା କଟକର ବାଲିଯାତ୍ରା ମଧ୍ୟ ସ୍ଥାନ ପାଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ । ରଥଯାତ୍ରାକୁ ଏହି ତାଲିକାରେ ସାମିଲ୍ କରାଯିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ( SJTA) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଦେଶର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ଏହାକୁ ଗ୍ରହଣ କରି ସ୍ୱୀକୃତି ପ୍ରଦାନ କରିଛି ।

Advertisment

ପ୍ରତିବର୍ଷ କାଳିଆର ଦିବ୍ୟଲୀଳା ରଥଯାତ୍ରା ଜନ ସମୁଦ୍ରରେ ପାଳିତ ହୁଏ । ଭାବର ଠାକୁରଙ୍କ ଘୋଷଯାତ୍ରାରେ ସାମିଲ୍ ହୁଅନ୍ତି ଲକ୍ଷ ଲକ୍ଷ ଲୋକ । ନବଯୌବନ ଦର୍ଶନ ପରେ ହୁଏ ରଥଯାତ୍ରା ।

ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ଆସନ୍ତି ବଡଦାଣ୍ଡକୁ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସନ୍ତି ବଡ଼ଭାଇ ବଳଭଦ୍ର। ପଛେ ପଛେ ମାଆ ସୁଭଦ୍ରା। ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରନ୍ତି ଜଗତର ନାଥ ଜଗନ୍ନାଥ। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

Advertisment

ଅଧିକ ପଢ଼ନ୍ତୁ : ଓଡ଼ିଶା ପାଇଁ ଖୁସି ଖବର, ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପ୍ରକ୍ରିୟା ଆରମ୍ଭ 

ଛେରାପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରନ୍ତି ଗଜପତି। ତା’ପରେ ଆରମ୍ଭ ହୁଏ ରଥଟଣା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରନ୍ତି ମହାପ୍ରଭୁ । କାଳିଆ ଠାକୁରଙ୍କର ଏ ଲୀଳା ବିଚିତ୍ର ଓ ଅନନ୍ୟ ମଧ୍ୟ ।

Advertisment

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଏହି ଯାତ୍ରାକୁ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନୀତ କରିଛନ୍ତି । ସେହିପରି କଟକର ଐତିହାସିକ ବାଲିଯାତ୍ରା ମଧ୍ୟ ଏହି ତାଲିକାରେ ମଧ୍ୟ ସ୍ଥାନ ପାଇଛି । ବାଲିଯାତ୍ରା ହେଉଛି ଏକ ସାଂସ୍କୃତିକ ଓ ବାଣିଜ୍ୟିକ ମେଳା । ଏହା ସହ ଜଡିତ ହୋଇରହିଛି ଓଡିଶାର ନୌବାଣିଜ୍ୟ ପରମ୍ପରା । ଗତ ବାଲିଯାତ୍ରା ଉତ୍ସବରେ ବିଭିନ୍ନ ଦେଶର ହାଇକମିଶନର ଓ ପ୍ରତିନିଧି ମାନେ ଯୋଗଦେଇ ବାଲିଯାତ୍ରାର ପ୍ରଶଂସା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମେଳାକୁ ଜାତୀୟ ତାଲିକାରେ ସାମିଲ କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା ।

ଅଧିକ ପଢ଼ନ୍ତୁ : ଅଦିନିଆ ରଥଯାତ୍ରା ନେଇ ଆପତ୍ତି ଉଠାଇଲେ ଗଜପତି; କହିଲେ ଆଉ ଛଡ଼ା ଯିବନି...

India Ministry Of Culture Ratha Jatra Ratha Yatra Intangible Cultural Heritage List
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ