• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶିଳ୍ପପତି ରତନ ଟାଟାଙ୍କ ଆଜି ଜନ୍ମଦିନ । ୮୬ ବର୍ଷରେ ପାଦ ଥାପିଛନ୍ତି ଶିଳ୍ପପତି ରତନ ଟାଟା । ହେଲେ ରତନ ଟାଟାଙ୍କ ଜୀବନରେ ବି ରହିଛି କିଛି ସଂଘର୍ଷ । କିଛି ଦୁଃଖ ଓ ସୁଖର କାହାଣୀ । ବହୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଆଜି ସବୁଠି ସୃଷ୍ଟି କରିପାରିଛନ୍ତି ନିଜର ପରିଚୟ । ଭାରତରେ ରତନଙ୍କ ଅନେକ ବ୍ୟବସାୟ ରହିଛି । ଯେଉଁଥିରୁ ସେ ଶହ ଶହ କୋଟି ଟଙ୍କାର ଲାଭ କରିଥା’ନ୍ତି । ଆଉ ନିଜ କର୍ମଚାରୀଙ୍କୁ ମଧ୍ୟ ସେ ବେଶ୍‌ ଭଲ ବେତନ ଦେଇଥା’ନ୍ତି । ତେବେ ଆମେ ଆଜି ରତନଙ୍କ ଜନ୍ମଦିନରେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ତାଙ୍କ ବିଷୟରେ ୧୦ଟି ଇଣ୍ଟରେଷ୍ଟିଂ କଥା । ଯାହା ଆପଣ କେବେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା...

୧. ରତନ ଟାଟାଙ୍କ ପୂରା ନାଁ ହେଉଛି ରତନ ନାଭାଲ ଟାଟା । ସେ ହେଉଛନ୍ତି ଜାମସେଟଜୀ ଟାଟାଙ୍କ ନାତି । ଯିଏ କି ଟାଟା ଗ୍ରୁପ୍‌ର ପ୍ରତିଷ୍ଠା କରିଥିଲେ । ପରେ ପରେ ରତନ ଟାଟା ଗ୍ରୁପ୍‌ର ବ୍ୟବସାୟ ସମ୍ଭାଳିଥିଲେ । ଡିସେମ୍ବର ୨୮, ୧୯୩୭ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ ନାଭାଲ ଟାଟା ଓ ମା’ଙ୍କ ନାଁ ହେଉଛି ସୋନି ଟାଟା ।

୨. ୧୯୪୮ରେ ତାଙ୍କ ବାପା ନାଭାଲ ଟାଟା ଓ ମା’ ସୋନି ଟାଟା ଅଲଗା ହେବା ପରେ ସେ ତାଙ୍କ ଜେଜେମା’ ବଭଜୀବାଇଙ୍କ ନିକଟରେ ବଢ଼ିଥିଲେ ।

୩. ରତନ ଟାଟାଙ୍କ ବିବାହ ଚାରି ଚାରି ଥର ସ୍ଥିର ହୋଇଥିଲେ ମଧ୍ୟ ତାହା ଭାଙ୍ଗି ଯାଇଥିଲା। ଆଉ ସେ ଆଜି ଯାଏ ଅବିବାହିତ ରହିଛନ୍ତି ।

୪. ପ୍ରଥମ ଥର ପାଇଁ ରତନ ଟାଟା ଲସ୍‌ ଆଞ୍ଜେଲ ନାମକ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ହେଲେ ୧୯୬୨ରେ ଭାରତ-ଚାଇନା ଯୁଦ୍ଧ ହେତୁ ତାଙ୍କର ବିବାହ ହୋଇପାରିନଥିଲା । କାରଣ ରତନଙ୍କୁ ତାଙ୍କ ପ୍ରେମିକାଙ୍କ ବାପା-ମା’ ତାଙ୍କ ଝିଅର ହାତ ଭାରତରେ ଦେବେନାହିଁ ବୋଲି ମନାକରିଦେଇଥିଲେ ।

୫. ୧୯୬୧ରୁ ବିଜ୍‌ନେସ୍‌ରେ ରତନ କ୍ୟାରିୟର ଆରମ୍ଭ କରିଥିଲେ । ବ୍ୟବସାୟ ଆରମ୍ଭ ସମୟରେ ତାଙ୍କୁ ଷ୍ଟିଲ୍‌ ଦୋକାନ ଚଟାଣରେ ବସି କାର୍ଯ୍ୟ କରିବାକୁ ପଡ଼ିଥିଲା । ପରେ ବ୍ୟବସାୟ ବଢ଼ାଇବା ସହ ସେ ବିଶିଷ୍ଟ ଶିଳ୍ପପତି ହୋଇପାରିଛନ୍ତି ।

୬. ଗୋଟିଏ ସମୟରେ ରତନ ଟାଟା ଅଟୋ ମୋବାଇଲ୍‌ କ୍ଷେତ୍ରରେ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ଟାଟା ଇଣ୍ଡିକା ଓ ଟାଟା ନାନୋକୁ ନୂତନ କରି ବଜାରରେ ନିବେଶ କରିଥିଲେ । ଯାହାକି ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା ।

୭. କିଛି ବର୍ଷ ପରେ ଟାଟା ଆହୁରି କିଛି କାର୍‌ ମଡେଲ ସହ ଟାଟା ଜାଗୁଆର ଲ୍ୟାଣ୍ଡ ରୋଭର ବଜାରକୁ ଛାଡ଼ିଥିଲା । ୨୦୦୪ରେ ଟାଟା ଚା’ ମଧ୍ୟ ବଜାରରେ ଲୋକପ୍ରିୟତା ହାସଲ କରିଥିଲା ।

୮. ୨୦୦୯ରେ ବିଶ୍ୱର ସବୁଠୁ ଶସ୍ତା କାର୍‌ ନାନୋକୁ ମଧ୍ୟବିତ୍ତଙ୍କ ପାଇଁ ଉପଲବ୍ଧ କରାଇଥିଲେ ରତନ ଟାଟା । ଯାହାର ଦାମ୍‌ ମାତ୍ର ୧ ଲକ୍ଷ ଟଙ୍କା ରଖାଯାଇଥିଲା ।

୯. ଚଳିତ ବର୍ଷର ରିପୋର୍ଟ ଅନୁସାରେ ରତନ ଟାଟାଙ୍କ ସୋସିଆଲ ମିଡିଆ ‘X’ରେ ୧୨ ମିଲିୟନରୁ ଅଧିକ ଫଲୋର ରହିଛନ୍ତି ।

୧୦. ରତନ ଟାଟା ଜଣେ ପଶୁପ୍ରେମୀ । ବମ୍ବେରେ ସେ କୁକୁର ମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳୀ କରିଛନ୍ତି ।