• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

"ହେ ମଣିଷ ମୋତେ ବଞ୍ଚାଅ । ସୀମାହୀନ ଆକାଶର ଛାତି ଚିରି ମୁଁ ଆସିଛି । ମୁଁ ଆସିଛି ହିମାଳୟର ଶିଖରରୁ । ମୁଁ ହଜି ଯାଇଛି, ମୋ ବଂଶ ବୁଡ଼ି ଯାଇଛି । ହେଲେ ମୁଁ ବୁଢ଼ା ଶାଗୁଣା ଏବେ ବି ବଞ୍ଚିଛି । ଏବେ ମୁଁ ଏକା, ହେଲେ ବଞ୍ଚିବାକୁ ଚାହେଁ।'' ଏହା ହେଉଛି ଜନବସତି ମୁହାଁ ଚାଲି ଆସିଥିବା ଶାଗୁଣାର କରୁଣ କାହାଣୀ ।

ଦୁନିଆରୁ ଲୋପ ପାଇଯିବାକୁ ବସିଥିବା ଏ ହେଉଛି ଏକ ବିରଳ ପକ୍ଷୀ । ଦାବି କରାଯାଉଛି ଯେ, ଏହା ହେଉଛି ହିମାଳୟ ଅଞ୍ଚଳରେ ବସବାସ କରୁଥିବା ଏକ ଲୁପ୍ତ ପ୍ରାୟ ବିରଳ ପ୍ରଜାତିର ଶାଗୁଣା । ଯାହାର ଚିହ୍ନବର୍ଣ୍ଣ ୨୦୨୩ରେ ଏକ ଆଈମାଆ କାହାଣୀ ଭଳି । ଏବେ ଏହି ପକ୍ଷୀ ଉତ୍ତର ପ୍ରଦେଶର କାନପୁରରେ ଧରା ଦେବା ପରେ ଏହାର ସୁରକ୍ଷା ପାଇଁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ନିଆଁ ଭଳି ବ୍ୟାପୁଛି । ଧରା ଦେଇଥିବା ଏହି ବୁଢା ଶାଗୁଣାର ଡେଣାର ଲମ୍ୱ ୬ ଫୁଟରୁ ଅଧିକ ବୋଲି କୁହାଯାଉଛି ।

କେବେ ଆକାଶରେ ତ ଆଉ କେବେ ହିମାଳୟର ହିମ ଆଚ୍ଛାଦିତ ପଥର ଉପରେ ମରିବାକୁ ଅପେକ୍ଷା କରିଥିବା ଏହି ବିରଳ ଶାଗୁଣା ଡେଣା ବାଡ଼େଇ ବାଡ଼େଇ ଆସିଛି ଜନବସତି ଆଡ଼କୁ । ସେ ହିମାଳୟରୁ ଆସିଛି, ଗଙ୍ଗାର ମିଠା ପାଣି ପିଇଛି, ଉତ୍ତର ପ୍ରଦେଶର ହାଡଭଙ୍ଗା ଶୀତରେ ଥରିଛି । ଏବେ କିନ୍ତୁ ସେ ଧରା ଦେଇଛି ମଣିଷ ହାତରେ । ଆଉ ମଣିଷକୁ କାକୁତି ମିନତି ହେଉଛି । ମୋ ବଂଶ ବଢାଅ, ପ୍ରକୃତିକୁ ସନ୍ତୁଳନ କର... ନଚେତ ଆଗକୁ ବଡ଼ ବିପର୍ଯ୍ୟୟ ନିଶ୍ଚୟ ।

ଏବେ କିନ୍ତୁ ଏହି ସ୍ୱଳ୍ପ ଆୟୁଷକୁ ନେଇ ପ୍ରଶ୍ନ ଉଠଛି । କାହିଁକିନା ସାଧାରଣତଃ ୪୦ରୁ ୫୦ ବର୍ଷ ଯାଏ ବଞ୍ଚୁଥିବା ଏହି ପ୍ରଜାତି ପ୍ରାଣୀର ଇଏ ଶେଷ ସନ୍ତକ ନା ଏବେ ବି ବଞ୍ଚିଛି ଶାଗୁଣା ବଂଶ ତାକୁ ନେଇ ଆଶା ଓ ଆଶଙ୍କାରେ ପକ୍ଷୀ ପ୍ରେମୀ ।