• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜସ୍ଥାନର ପୂଜା ସିଂହ । ଏବେ ଖୁବ୍‌ ଚର୍ଚ୍ଚାରେ । ସାରା ଦେଶରେ ଏବେ ପୂଜାଙ୍କୁ ନେଇ ଚର୍ଚ୍ଚା ଚାଲିଛି । କ୍ଷମା କରିବେ ଟିକିଏ ଭୁଲ କହିଦେଲି । ପୂଜାଙ୍କୁ ନେଇ ଚର୍ଚ୍ଚା ନୁହେଁ, ପୂଜାଙ୍କ ବିବାହକୁ ନେଇ ହେଉଛି ବଡ଼ ଚର୍ଚ୍ଚା । ସମସ୍ତଙ୍କ ପାଟିରେ କେବଳ ସେହି ବିବାହର କଥା ପଡ଼ିଛି । ରାଜସ୍ଥାନର ଯେଉଁଠି ଦେଖିବ କେବଳ ସେହି କଥା । ସୋସିଆଲ ମିଡିଆରେ ବି ଏନେଇ ଖୁବ୍‌ ଭାଇରାଲ ହେଉଛି ଫଟୋ ଏବଂ ଭିଡିଓ ।

Pooja Singh, RajasthanPooja Singh, Rajasthan

ତେବେ ପୁରା ଘଟଣାଟି ହେଲା, ଜୟପୁରର ଗୋବିନ୍ଦଗଡ଼ ପାଖରେ ଥିବା ଏକ ଗାଁରେ ‌ଗୋଟିଏ ବିବାହ ଏବେ ଖୁବ୍ ଚର୍ଚ୍ଚାରେ । ହିନ୍ଦୁ ରୀତିନୀତି ଅନୁସାରେ ବିବାହର ସବୁ ନୀତିକାନ୍ତି ପାଳନ କରାଯାଇଛି । କେବଳ ଗୋଟିଏ ଜିନିଷ ଏହି ବିବାହରେ ଅଭାବ ରହିଥିଲା । ଆଉ ତାହା ହେଲା, ବର । ବିବାହରେ କନିଆ (ପୂଜା ସିଂହ) ଥିଲା କିନ୍ତୁ ବର ନଥିଲା । ଖାଲି ସେତିକି ନୁହେଁ ଜୟପୁରର ୩୦ ବର୍ଷିୟ ପୂଜା ଭଗବାନ ବିଷ୍ଣୁଙ୍କୁ ବିବାହ କରିଛନ୍ତି । ଯାହାକୁ ନେଇ ଏବେ ସାରା ରାଜ୍ୟ ତଥା ଦେଶରେ ଚର୍ଚ୍ଚା । ଭଗବାନ ବିଷ୍ଣୁଙ୍କୁ ବିବାହ କଲେ ପୂଜା । ବିବାହର ଫଟୋ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Pooja Singh, RajasthanPooja Singh, Rajasthan

 

ଭଗବାନ ବିଷ୍ଣୁଙ୍କୁ ଚନ୍ଦନ ଖୁବ୍‌ ପସନ୍ଦ । ତେଣୁ ପୂଜା ବିଷ୍ଣୁଙ୍କ ନାଁରେ ସିନ୍ଦୂର ବଦଳରେ ମଥାରେ ଚନ୍ଦନ ଭରିଲେ । ବିବାହରେ ଗଣେଶ ପୂଜନଠାରୁ ଆରମ୍ଭ କରି ମେହେନ୍ଦୀ, ହଳଦି, ଚାକଭାତ, ମହିଳା ସଙ୍ଗିତ ଓ ବିବାହର ସମସ୍ତ ପରମ୍ପରା ପାଳନ କାରାଯାଇଛି । ପୂଜା ସିଂହ ମନ୍ଦିରରୁ ଭଗବାନ ବିଷ୍ଣୁଙ୍କୁ ବର ବେଶରେ ସଜାଇ ପ୍ରଥମେ ନିଜ ଘରକୁ ଆଣିଲେ ।

 

ପରେ ୮ ତାରିଖରେ ପୂଜା ଭଗବାନ ବିଷ୍ଣୁଙ୍କ ସହ ବିଧି ମୁତାବକ ବିବାହ କରିଥିଲେ । ପୂଜା ନିଜେ ନିଜ ମଥାରେ ଭଗବାନ ବିଷ୍ଣୁଙ୍କ ନାଁରେ ସିନ୍ଦୂର ଦେଇ ନିଜକୁ ସଧବା କଲେ । ପୂଜାଙ୍କ କହିବା କଥା ସେ ବହୁପୂର୍ବରୁ ବିବାହ କରିବେ ନାହିଁ ବୋଲି ସ୍ଥିର କରିସାରିଥିଲେ । କିନ୍ତୁ ସମାଜରେ ଲୋକଙ୍କ ଟାହି ଟାପରା ତାଙ୍କୁ ଖୁବ୍‌ କଷ୍ଟ ଦେଲା । ଯାହାଫଳରେ ସେ ଏଭଳି ବିବାହ କରିବାକୁ ବାଧ୍ୟ ହେଲେ । ଏହାଦ୍ୱାରା ଲୋକଙ୍କ ମୁହଁ ବନ୍ଦ ହୋଇଯିବ ବୋଲି ସେ ଆଶା ରଖିଛନ୍ତି ।

Pooja Singh, RajasthanPooja Singh, Rajasthan

ବିବାହ ପରେ ପୂଜା ନିଜ ବାପ ଘରେ ରହୁଛନ୍ତି । ଆଉ ପ୍ରତ୍ୟେକ ଦିନ ସକାଳୁ ମନ୍ଦିର ଯାଉଛନ୍ତି । ମନ୍ଦିର ଯିବା ବେଳେ ସେ ଭଗବାନଙ୍କ ପାଇଁ ରୋଷେଇ କରି ନେଉଛନ୍ତି । ତାଙ୍କ ପାଇଁ ପୋଷାକ ପ୍ରସ୍ତୁତ କରୁଛନ୍ତି । ସନ୍ଧ୍ୟାରେ ବି ଠାକୁରଙ୍କ ଦର୍ଶନ ପାଇଁ ଯାଉଛନ୍ତି । ପୂଜାଙ୍କ କହିବା କଥା, ସେ ପରମେଶ୍ୱରଙ୍କୁ ହିଁ ନିଜର ସ୍ୱାମୀ ମାନିନେଇଛନ୍ତି । ଭଗବାନ ତ ଅମର ହୋଇଥାନ୍ତି, ତେଣୁ ମୁଁ ସାରା ଜୀବନ ପାଇଁ ଏବେ ସଧବା ।

ତେବେ ଏଭଳି ବିବାହ ନେଇ ପୂଜା ଯେତେବେଳେ ମାଆଙ୍କ ସହ ଆଲୋଚନା କଲେ ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ । ପରେ ଏଥିପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ତାଙ୍କ ବାପା ରାଜି ନଥିଲେ । ତେଣୁ ସେ ଏହି ବିବାହରେ ମଧ୍ୟ ସାମିଲ ହୋଇନଥିଲେ । ବିବାହରେ ବାପା ଆସିନଥିଲେ କିନ୍ତୁ ମାଆ ଝିଅର କନ୍ୟା ଦାନ କରିଥିଲେ । ଠାକୁରଙ୍କୁ ଝିଅ ଘର ତରଫରୁ ପୋଷାକ ଏବଂ ସିଂହାସନ ପ୍ରଦାନ କରାଯାଇଛି ।